ଅକ୍ଟୋବର ୧୮ରୁ ଶତ ପ୍ରତିଶତ କ୍ଷମତା ସହ ଉଡ଼ିବ ଘରୋଇ ବିମାନ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସୁଧୁରୁ ଥିବା ବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅକ୍ଟୋବର ୧୮ ରୁ ଶତ ପ୍ରତିଶତ କ୍ଷମତା ସହିତ ଘରୋଇ ବିମାନ ଚଳାଚଳ କରିବାକୁ ଅନୁମତି ଦେଇଛି ‌। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଙ୍ଗଳବାର ଏ ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରିଛି। ଏଥିରେ କୁହାଯାଇଛି ଯେ ଅକ୍ଟୋବର ୧୮ ରୁ ସମସ୍ତ ଘରୋଇ ବିମାନ ୧୦୦ ପ୍ରତିଶତ କ୍ଷମତା ସହିତ ପରିଚାଳିତ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଘରୋଇ ବିମାନ କେବଳ ୮୫ ପ୍ରତିଶତ କ୍ଷମତା ସହିତ ଚଳାଚଳ କରୁଥିଲେ ​​|

ଗତ ମାସର ତୃତୀୟ ସପ୍ତାହରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ସର୍କୁଲାର ଜାରି କରି ଘରୋଇ ବିମାନକୁ ୮୫ ପ୍ରତିଶତ କ୍ଷମତା ସହିତ ଚଳାଇବାକୁ ଅନୁମତି ଦେଇଥିଲେ। ପୂର୍ବରୁ ଏହା ୭୨.୫ ପ୍ରତିଶତ ଥିଲା। ସୂଚନାଯୋଗ୍ୟ ଯେ ଗତ ବର୍ଷ କରୋନା ଲକଡାଉନ୍ ଯୋଗୁଁ ଉଡ଼ାଣ ଉପରେ ସମ୍ପୂର୍ଣ୍ଣ କଟକଣା ପରେ ୨୫ ମଇ ୨୦୨୦ରେ ସରକାର ୩୩ ପ୍ରତିଶତ କ୍ଷମତା ସହ ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ। ଏହା ପରେ ଡିସେମ୍ବର ୨୦୨୦ ରେ ଏହାକୁ ୮୦ପ୍ରତିଶତକୁ ବୃଦ୍ଧି କରାଯାଇଥିଲା |

Comments are closed.