ସାଧାରଣ ଲୋକଙ୍କୁ ଡବଲ ଝଟକା, ତେଲ ଦର ସହ ବଢ଼ିଲା ଘରୋଇ ଏଲପିଜି ମୂଲ୍ୟ, ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ଆଜି ଲାଗିଛି ଡବଲ ଝଟକା । ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିବା ସହ ଘରୋଇ ଏଲପିଜି ସିଲିଣ୍ଡର ମଧ୍ୟ ମହଙ୍ଗା ହୋଇଛି | ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଆଜି ଏଲପିଜି ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି କରିଛି। ଏହା ଜନସାଧାରଣଙ୍କ ରୋଷେଇ ଘରର ବଜେଟ୍ ବଢ଼ାଇବ ଏବଂ ଲୋକଙ୍କ ପକେଟ ଉପରେ ଏହାର ବଡ଼ ପ୍ରଭାବ ପଡିବ |

ଅକ୍ଟୋବର ୨୦୨୧ ପରଠାରୁ ଏଲପିଜି ମୂଲ୍ୟ ବୃଦ୍ଧି କରାଯାଇଛି। ଯଦିଓ ଏହି ସମୟ ମଧ୍ୟରେ ଅଣ ସବସିଡି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି, ତେବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇ ନଥିଲା | ଶେଷ ଥର ପାଇଁ ୬ ଅକ୍ଟୋବର ୨୦୨୧ ରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା |

୫୦ ଟଙ୍କା ବୃଦ୍ଧି ପରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୯୪୯.୫୦ ଟଙ୍କାକୁ ବୃଦ୍ଧି ପାଇଛି। କୋଲକାତାରେ ବର୍ତ୍ତମାନ ଏହା ୯୭୬ ଟଙ୍କା ହୋଇଥିବା ବେଳେ ଚେନ୍ନାଇରେ ସିଲିଣ୍ଡର ପିଛା ୯୬୫.୫୦ ଟଙ୍କା ଦେବାକୁ ପଡିବ। ଏଥି ସହିତ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସିଲିଣ୍ଡର ପିଛା ୯୮୭.୫୦ ଟଙ୍କାକୁ ବୃଦ୍ଧି ପାଇଛି।

ଏହାପୂର୍ବରୁ ଆଜି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇଥିଲା । ପେଟ୍ରୋଲ-ଡିଜେଲ୍ ଲିଟର ପିଛା ୮୦ ଟଙ୍କା ବଢ଼ିଛି । ୧୩୭ ଦିନ‌ପରେ ତେଲ ଦର ବଢ଼ିଛି ।

Comments are closed.