ଟିକାର ପ୍ରଥମ ଡୋଜ୍ ୯୬.୬ ପ୍ରତିଶତ ଏବଂ ଦ୍ୱିତୀୟ ଡୋଜ୍ ୯୭.୫ ପ୍ରତିଶତ ମୃତ୍ୟୁରୁ ସୁରକ୍ଷା ଦିଏ | News Room Odisha

ଟିକାର ପ୍ରଥମ ଡୋଜ୍ ୯୬.୬ ପ୍ରତିଶତ ଏବଂ ଦ୍ୱିତୀୟ ଡୋଜ୍ ୯୭.୫ ପ୍ରତିଶତ ମୃତ୍ୟୁରୁ ସୁରକ୍ଷା ଦିଏ

ନୂଆଦିଲ୍ଲୀ: ଭାରତରେ ଦିଆଯାଉଥିବା ଟିକାର ପ୍ରଥମ ଡୋଜ୍ କରୋନା ଜନିତ ମୃତ୍ୟୁକୁ ରୋକିବାରେ ୯୬.୬ ପ୍ରତିଶତ ପ୍ରଭାବୀ ଏବଂ ଦ୍ୱିତୀୟ ଡୋଜ୍ ସଂକ୍ରମଣ ଜନିତ ମୃତ୍ୟୁରୁ ୯୭.୫ ପ୍ରତିଶତ ସୁରକ୍ଷା ଦେଇଥାଏ | ଟିକାକରଣ ଦ୍ବାରା ହସ୍ପିଟାଲରେ ଭର୍ତ୍ତି ସମ୍ଭାବନା ମଧ୍ୟ ବହୁ ମାତ୍ରାରେ କମ୍ ହୋଇଥାଏ । ଏପ୍ରିଲ ରୁ ଅଗଷ୍ଟ ମଧ୍ୟରେ ସଂଗୃହୀତ ତଥ୍ୟରୁ ଏହା ଜଣାପଡ଼ିଛି ।
କୋଭିଡ -୧୯ ଟୀକାକରଣର ପ୍ରଭାବ ସମ୍ପର୍କରେ ସୂଚନା ଦେଇ ଅଧିକାରୀମାନେ କହିଛନ୍ତି ଯେ ଲୋକଙ୍କ ଉପରେ କରୋନା ଟିକାର ପ୍ରଭାବ ଆକଳନ କରିବାକୁ ଖୁବ ଶୀଘ୍ର ଏକ ଟ୍ରାକର ଆରମ୍ଭ ହେବ ।

ଟ୍ରାକର ପାଇଁ ତଥ୍ୟ ସରକାରଙ୍କ ସମସ୍ତ ପ୍ରମୁଖ କୋଭିଡ-୧୯ ଟିକା ଉତ୍ସରୁ ସଂଗ୍ରହ କରାଯିବ | ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମ୍ଆର୍)ର ମହାନିର୍ଦ୍ଦେଶକ ବଳରାମ ଭାର୍ଗଭ କହିଛନ୍ତି ଯେ ଖୁବ୍ ଶୀଘ୍ର ଏକ ଟ୍ରାକର୍ ଉପଲବ୍ଧ ହେବ ଯାହା ଟିକା ଆପଣଙ୍କୁ କିପରି ପ୍ରଭାବିତ କରୁଛି ତାହା ଜାଣିବାରେ ସାହାଯ୍ୟ କରିବ।

ଏହି କୋଭିଡ ଭ୍ୟାକ୍ସିନ ଟ୍ରାକର ଜାତୀୟ ସ୍ୱାସ୍ଥ୍ୟ ମିଶନ କୋୱିନ୍, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ ଇଣ୍ଡିଆ ପୋର୍ଟାଲ ଏବଂ ଆଇସିଏମଆର ପରୀକ୍ଷା ଡାଟାବେସର ତଥ୍ୟ ବିଶ୍ଳେଷଣ କରିବ। ଆଇସିଏମଆର ମହାନିର୍ଦେଶକ କହିଛନ୍ତି ଯେ ଖୁବ ଶୀଘ୍ର ଏହି ଟିକା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟରେ ଉପଲବ୍ଧ ହେବ।

ସଂଗୃହିତ ତଥ୍ୟକୁ ପ୍ରକାଶ କରି ବଳରାମ ଭାର୍ଗବ କହିଛନ୍ତି, “କରୋନାର ପ୍ରଥମ ଡୋଜ୍ ୯୬.୬ ପ୍ରତିଶତ ଜୀବାଣୁ କାରଣରୁ ମୃତ୍ୟୁକୁ ରୋକିବାରେ ପ୍ରଭାବଶାଳୀ ହୋଇଥିବାବେଳେ ଟିକାର ଉଭୟ ଡୋଜ୍ ମୃତ୍ୟୁରୁ ୯୭.୫ ପ୍ରତିଶତ ସୁରକ୍ଷା ଯୋଗାଇଥାଏ। ସବୁ ବୟସ ବୟସର ଲୋକଙ୍କ କ୍ଷେତ୍ରରେ ଟିକାର ଏପରି ପ୍ରଭାବ ଲକ୍ଷ୍ୟ କରାଯାଇଛି ।