ଡ୍ରଗ୍ସ ମାମଲା: ରିୟାଙ୍କୁ ସର୍ତମୂଳକ ଜାମିନ ଦେଲେ ବମ୍ବେ ହାଇକୋର୍ଟ, ଭାଇ ସୌଭିକଙ୍କ ଆବେଦନ ଖାରଜ

ମୁମ୍ବାଇ- ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଯାଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ରିୟାଙ୍କୁ ସର୍ତମୂଳକ ଜାମିନ ମିଳିଛି । କିନ୍ତୁ ତାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ରିୟାଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ବଦଳରେ ଜାମିନ ଦିଆଯାଇଛି । ତାଙ୍କୁ ପାସପୋର୍ଟ ଜମା କରିବାକୁ କୁହାଯାଇଛି । ମୁମ୍ବାଇ ବାହାରକୁ ଗଲେ ରିୟାଙ୍କୁ କୋର୍ଟଙ୍କ ଅନୁମତି ନେବାକୁ ପଡିବ । ଆଗକୁ ପଚରାଉଚୁରା ପାଇଁ ହାଜର ହେବାକୁ ପଡିବ । ରିୟାଙ୍କୁ ନାର୍କୋଟିକ କଂଟ୍ରୋଲ ବ୍ୟୁରୋ ଗତମାସ ୮ ତାରିଖରେ ଗିରଫ କରିଥିଲା ।

Comments are closed.