ଡ୍ରଗ୍ସ ଲିଙ୍କ୍ ମାମଲା : ଜେରା ପାଇଁ ଏନସିବିରେ ହାଜରେ ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ

ମୁମ୍ବାଇ- ଡ୍ରଗ୍ସ ଲିଙ୍କ୍ ମାମଲାରେ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁର ଆଜି ନାରୋକୋଟିକ୍ସ କଂଟ୍ରୋଲ ବ୍ୟୁରୋ-ଏନସିବି ଜେରାର ସମ୍ମୁଖୀନ ହେଉଛନ୍ତି । ସମନ ପରେ ମୁମ୍ବାଇର ଏନସିବି ଗେଷ୍ଟ ହାଉସରେ ପହଂଚିଛନ୍ତି ଦୀପିକା ପାଦୁକୋନ । ଏହି ମାମଲାରେ ପୂର୍ବରୁ ଗତକାଲି ଅଭିନେତ୍ରୀ ରାକୁଲପ୍ରୀତ ସିଂହଙ୍କୁ ପଚରାଉଚୁରା କରିଥିଲା ଏମସିବି । ଦୀପିକାଙ୍କ ମ୍ୟାନେଜର ଓ ଡିଜାଇନର ସିମୋନ ଖମ୍ବାଟାଙ୍କୁ ବି ଜେରା କରିସାରିଛି ଏନସିବି । ଏହି ମାମଲାରେ ଅଭିନତ୍ରୀ ରିୟା ଚକ୍ରବର୍ତୀ ଓ ତାଙ୍କ ଭାଇ ସୌଭିକ ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି ।

Comments are closed.