ଡ୍ରଗ୍ସ ଲିଙ୍କ୍ ମାମଲା : ଏନସିବି ସମନ ମିଳିଥିବା ନେଇ ମାନିଲେ ରକୁଲ, କାଲି ଦୀପିକା ପାଦୁକୋନଙ୍କୁ ହେବ ପଚରାଉଚୁରା

ମୁମ୍ବାଇ – ଡ୍ରଗ୍ସ ଲିଙ୍କ୍ ମାମଲାରେ ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ-ଏନସିବିର ସମନ ପାଇଥିବା କହିଛନ୍ତି ଅଭିନେତ୍ରୀ ରାକୁଲପ୍ରୀତ ସିଂହ । ପୂର୍ବରୁ ସେ ସମନ ପାଇ ନ ଥିବା କହିଥିଲେ । ଏହି ମାମଲାରେ ଆଜି ଏନସିବି ଡିଜାଇନର ସିମୋନ ଖମ୍ବାଟାଙ୍କୁ ପଚରାଉଚୁରା କରିଛି । ଆସନ୍ତାକାଲି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ପଚରଉଚୁରା ପାଇଁ ଡାକିଛି ଏନସିବି ।

ଏହି ମାମଲାରେ ବୁଧବାର ଦିନ ଏନସିବି ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ ଓ ରାକୁଲପ୍ରୀତ ସିଂହଙ୍କୁ ସମନ ପଠାଇଥିଲା । ମୋଟ ୭ ଜଣଙ୍କୁ ପଚରାଉଚୁରା ପାଇଁ ସମନ ଜାରି କରାଯାଇଥିଲା । ଆଜି ରାକୁଲପ୍ରୀତଙ୍କୁ ମଧ୍ୟ ଡକାଯାଇଥିଲା । କିନ୍ତୁ ସେ ସମନ ମିଳିବା ନେଇ ଡେରିରେ ସ୍ୱୀକାର କଲା ପରେ ଆସନ୍ତାକାଲି ଦୀପିକାଙ୍କ ସହ ତାଙ୍କୁ ବି ପଚରାଉଚୁରା କରାଯିବ ।

Comments are closed.