ବିଜେପି ଯୋଗୁଁ ମା’ ଦୁର୍ଗା, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ଶକ୍ତି ହ୍ରାସ ପାଇଛି: ରାହୁଲ

ନୂଆଦିଲ୍ଲୀ: ଜାମ୍ମୁରେ ହିନ୍ଦୁ ଦେବୀଙ୍କ ଉଦାହରଣ ଦେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ବିଜେପି ଯୋଗୁଁ ଦୁର୍ଗା, ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କ ଶକ୍ତି ହ୍ରାସ ପାଇଛି ।

କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ ଜାମ୍ମୁ କାଶ୍ମୀରର ଅର୍ଥନୀତି, ପର୍ଯ୍ୟଟନ ଏବଂ ବ୍ୟବସାୟରେ ବହୁତ କ୍ଷତି ଘଟିଛି।

ବିଜେପିର ନୀତି ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି, ଭାରତରେ ବିମୁଦ୍ରୀକରଣ ଏବଂ ଜିଏସଟି ଯୋଗୁଁ ମା’ ଲକ୍ଷ୍ମୀଙ୍କର ଶକ୍ତି ହ୍ରାସ ପାଇଛି ନା ବୃଦ୍ଧି ପାଇଛି? କୃଷକ ବିରୋଧୀ ତିନୋଟି କଳା ଆଇନ ଯୋଗୁଁ ଦୁର୍ଗା ମା’ଙ୍କ ଶକ୍ତି ହ୍ରାସ ପାଇଛି କି ବୃଦ୍ଧି ପାଇଛି?
ଯେତେବେଳେ ଭାରତର ପ୍ରତ୍ୟେକ ଅନୁଷ୍ଠାନ, କଲେଜ ଏବଂ ବିଦ୍ୟାଳୟରେ ଜଣେ ଜଣେ ଆରଏସ୍ଏସ୍ ବ୍ୟକ୍ତିଙ୍କୁ ନିଯୁକ୍ତି କରାଯାଇଛି, ସେତେବେଳେ ମାତା ସରସ୍ୱତୀଙ୍କ ଶକ୍ତି ହ୍ରାସ ହୋଇଛି ନା ବଢ଼ିଛି । ଏହି ସବୁର ଉତ୍ତର ହେଲା – ହ୍ରାସ ପାଇଛି |

ରାହୁଲ କହିଛନ୍ତି ଯେ କଂଗ୍ରେସ କାର୍ଯ୍ୟକାଳ ମଧ୍ୟରେ ଏହି ତିନି ଶକ୍ତି ବୃଦ୍ଧି ପାଇଥିଲା। ସେ କହିଛନ୍ତି, “ଅନ୍ୟପକ୍ଷରେ, ଯେତେବେଳେ କଂଗ୍ରେସ ଦଳ ମନରେଗା ଲାଗୁ କଲା ଏବଂ ଯେତେବେଳେ କଂଗ୍ରେସ ଦଳ ଭାରତକୁ ୯ ପ୍ରତିଶତ ଜିଡିପି ଅଭିବୃଦ୍ଧି ଦେଇଥିଲା, ସେତେବେଳେ ମା ଲକ୍ଷ୍ମୀ, ମା ଦୁର୍ଗା ଏବଂ ମା ସରସ୍ୱତୀଙ୍କ ଶକ୍ତି ବୃଦ୍ଧି ପାଇଥିଲା |

ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହନ୍ତି, ସେମାନେ ଏହି ଶକ୍ତିଗୁଡ଼ିକୁ ଅପମାନ କରନ୍ତି | “ଆପଣଙ୍କ(କାଶ୍ମୀରବାସୀ) ସହ କ’ଣ ଘଟିଛି ? ଆପଣମାନଙ୍କ ଭିତରେ ଥିବା ଭାଇଚାରା ଉପରେ ଆକ୍ରମଣ ହୋଇଛି, ଆପଣଙ୍କୁ ଦୁର୍ବଳ କରାଯାଇ ଆପଣଙ୍କର ରାଜ୍ୟ ମାନ୍ୟତା ଛଡାଇ ନେଇଗଲେ। ଯେତେବେଳେ ଆପଣଙ୍କର ରାଜ୍ୟ ମାନ୍ୟତା ଚାଲିଗଲା, ଲକ୍ଷ୍ମୀ, ସରସ୍ୱତୀ ଏବଂ ଦୁର୍ଗା ମା’ଙ୍କ ଶକ୍ତି ବଢ଼ିଲା ନା ହ୍ରାସ ପାଇଲା ?”
ଆପଣ ବିଜେପିକୁ ଏହି ପ୍ରଶ୍ନ ପଚାରିବା ଉଚିତ ଯେ ତୁମେ ଦୁର୍ଗା, ଲକ୍ଷ୍ମୀ, ସରସ୍ୱତୀଙ୍କ ଶକ୍ତି କାହିଁକି ନଷ୍ଟ କରୁଛ?
ସେ କହିଛନ୍ତି ଯେ ବିଜେପି ସତ୍ୟକୁ ଭୟ କରୁଛି, ବିଜେପି ନିଜେ ଏକ ଭୟ ।

Comments are closed.