ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ, ଦୂତିଚାନ୍ଦଙ୍କ ସମେତ ୨୭ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ : ଧ୍ୟାନଚାନ୍ଦ ଜୟନ୍ତୀ ଅବସରରେ ନୂଆଦିଲ୍ଲୀରେ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି । ଭର୍ଚୁଆଲ୍ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି ।

କ୍ରିକେଟର ରୋହିତ ଶର୍ମା ଓ ଈଶାନ୍ତ ଶର୍ମାଙ୍କ ସମେତ ୫ ଜଣଙ୍କୁ ଦିଆଯାଇଛି ରାଜୀବ ଗାନ୍ଧି ଖେଳରତ୍ନ । ରାଜ୍ୟର ଦୌଡରାଣୀ ଦୂତିଚାନ୍ଦଙ୍କ ସମେତ ୨୭ ଜଣଙ୍କୁ ଦିଆଯାଇଛି ଅର୍ଜୁନ ପୁରସ୍କାର ।

ଦୂତିଚାନ୍ଦ ରାଜ୍ୟର ନବମ କ୍ରୀଡାବିତ୍ ଭାବେ ଅର୍ଜୁନ ପୁରସ୍କାର ପାଇଛନ୍ତି । ଏଥର ବିଭିନ୍ନ କ୍ରୀଡା ପୁରସ୍କାର ଅର୍ଥ ରାଶିବୃଦ୍ଧି କରାଯାଇଛି । ହକି ଯାଦୁକର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡା ଦିବସ ରୂପେ ଭାବେ ପାଳନ କରାଯାଏ ।

Comments are closed.