ଭୋଟର ତାଲିକାରେ ଆପଣଙ୍କ ନାମ ଅଛି ନା ନାହିଁ? ଘରେ ବସି ଏହି ସହଜ ଉପାୟରେ ଯାଞ୍ଚ୍ କରନ୍ତୁ

ନୂଆଦିଲ୍ଲୀ: ବିଶ୍ବର ସର୍ବବୃହତ୍ ଗଣତନ୍ତ୍ରର ମହାପର୍ବ ଲୋକସଭା ନିର୍ବାଚନ ଶୁକ୍ରବାର (ଏପ୍ରିଲ ୧୯) ଠାରୁ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟର ୧୦୨ ଆସନରେ ଚାଲିଛି ମତଦାନ‌। ଯଦି ଆପଣ ପ୍ରଥମ ଥର ପାଇଁ ଭୋଟ୍ ଦେବାକୁ ଯାଉଛନ୍ତି କିମ୍ବା ପୂର୍ବରୁ ଭୋଟ୍ ଦେଇଛନ୍ତି ଏବଂ ଭୋଟର ତାଲିକାରେ ଆପଣଙ୍କ ନାମ ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏହାର ଏକ ସହଜ ଉପାୟ ଅଛି । ଭୋଟର ତାଲିକାରେ କିପରି ଆପଣ ନିଜ ନାମ ଯାଞ୍ଚ କରିପାରିବେ, ତାହା ଆମେ ଏଇଠି ଆପଣଙ୍କୁ କହିବୁ।

ଭୋଟ୍ ଦେବା ପାଇଁ ମତଦାନ କେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ଭୋଟର ତାଲିକାରେ ଆପଣଙ୍କ ନାଁ ଅଛି କି ନାହିଁ ଯାଞ୍ଚ କରିବା ଜରୁରୀ। ଅନେକ ଥର ଅସାବଧାନତା ବଶତଃ ଭୋଟର ତାଲିକାରୁ ନାମ ବାଦ୍ କିମ୍ବା ଗାଏବ ହୋଇଯାଏ । ଫଳରେ ଆମେ ଭୋଟ ଦେବା ଅଧିକାରରୁ ବଞ୍ଚିତ ହେଇଥାଉ | ଉଦାହରଣ ସ୍ୱରୂପ, ଯଦି ଆପଣ ଗୋଟିଏ ସହରରୁ ଅନ୍ୟ ସହରକୁ କିମ୍ବା ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାଇଛନ୍ତି, ତେବେ ଭୋଟର ତାଲିକାରେ ଆପଣ ନିଜ ନାଁ ଅପଡେଟ୍ କରନ୍ତୁ ଏବଂ ଅପଡେଟ୍ ତାଲିକା ଯାଞ୍ଚ ଜାରି ରଖନ୍ତୁ । ଯଦି ଆପଣ ଏପରି ନ କରନ୍ତି, ତେବେ ଆପଣଙ୍କ ନାଁ ଆପଣଙ୍କ ବର୍ତ୍ତମାନର ବିଧାନସଭା / ଲୋକସଭା ନିର୍ବାଚନମଣ୍ଡଳୀରେ ତାଲିକାଭୁକ୍ତ ହୋଇନପାରେ।

ଭୋଟର ତାଲିକାରେ ନାଁ କିପରି ଯାଞ୍ଚ କରିବେ?

ଅନଲାଇନ୍ ପ୍ରକ୍ରିୟା ମାଧ୍ୟମରେ ଆପଣ ଭୋଟର ତାଲିକାରେ ଆପଣଙ୍କ ନାଁ ଯାଞ୍ଚ କରିବାର କିଛି ସହଜ ଉପାୟ —

୧. ଭୋଟର ତାଲିକାରେ ନାମ ଯାଞ୍ଚ କରିବାକୁ ଆପଣ ନିର୍ବାଚନ କମିଶନ (ଇସି) ୱେବସାଇଟ୍ (electoralsearch.eci.gov.in) କିମ୍ବା ନିର୍ବାଚନ କମିଶନଙ୍କ ଭୋଟର ହେଲ୍ପଲାଇନ ଆପର ସହାୟତା ନେଇପାରିବେ।

୨. ଆପଣ ଆପଣଙ୍କର ଭୋଟର ପରିଚୟ ପତ୍ର ଜରିଆରେ କିମ୍ବା ଆପଣଙ୍କ ମୋବାଇଲ୍ ନମ୍ବର ଏବଂ ଜନ୍ମ ତାରିଖ ଆଦି ବ୍ୟକ୍ତିଗତ ସୂଚନା ମାଧ୍ୟମରେ ନିର୍ବାଚନ କମିଶନ ୱେବସାଇଟରେ ଆପଣଙ୍କର ନାମ ଯାଞ୍ଚ କରିପାରିବେ |

୩. ଯଦି ଆପଣଙ୍କର ଭୋଟର ଆଇଡି ଅଛି, ତେବେ ଆପଣଙ୍କର କାମ ବହୁତ ସହଜ ହୋଇପାରେ । ଏଥିରେ ଥିବା ନମ୍ବର ଜରିଆରେ ଆପଣ ନିଜ ନାମ ଯାଞ୍ଚ କରିପାରିବେ । ଯଦି ଆପଣ ଆପଣଙ୍କର ମୋବାଇଲ୍ ନମ୍ବରକୁ ଇସି ୱେବସାଇଟ୍ ରେ ପଞ୍ଜୀକୃତ କରିଛନ୍ତି, ତେବେ ଆପଣ ଓଟିପି ମାଧ୍ୟମରେ ମଧ୍ୟ ଯାଞ୍ଚ କରିପାରିବେ |

ନିର୍ବାଚନ କମିଶନ ୱେବସାଇଟରେ ନାମ ଯାଞ୍ଚ କରିବା ପାଇଁ ଆପଣ କମିଶନ ୱେବସାଇଟକୁ ଯିବା ପରେ, ବାମ ପାର୍ଶ୍ୱରେ ସିଲେକ୍ଟ ମେନ୍ୟୁ ଦେଖାଯିବ, ଯଦି ଆପଣ ଏହା ଉପରେ କ୍ଲିକ୍ କରନ୍ତି, ଆପଣ କିଛି ଅପସନ୍ ଦେଖିବାକୁ ପାଇବେ। ଏଥିରେ ଆପଣ ପଞ୍ଜୀକରଣ କରିବାର ଅପସନ୍ ଦେଖିବେ ଏବଂ ଅନ୍ୟ ଅପସନ୍ ମଧ୍ୟ ଦେଖାଯିବ | ଏହାର‌ ଠିକ୍ ତଳେ ଦ୍ୱିତୀୟ ଗ୍ରାଫିକରେ ଏକ ଅପସନ୍ “ସର୍ଚ୍ଚ ଇୟୋର ନେମ୍” ଦେଖାଯିବ । ଆପଣ ଏଠାରେ କ୍ଲିକ୍ କରି ଉପରୋକ୍ତ ବିବରଣୀ ଅନୁଯାୟୀ ନାମ ଯାଞ୍ଚ କରିପାରିବେ।

Comments are closed.