କେଜ୍ରିୱାଲଙ୍କୁ ଇଡିର ସପ୍ତମ ସମନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ସପ୍ତମ ଥର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ଜାରି କରିଛି । ଇଡି ତାଙ୍କୁ ଫେବୃଆରୀ ୨୬ରେ ଜେରା ପାଇଁ ହାଜର ହେବାକୁ କହିଛି। ଏହା ପୂର୍ବରୁ କେନ୍ଦ୍ରୀୟ ସଂସ୍ଥା କେଜ୍ରିୱାଲଙ୍କୁ ୬ ଥର ନୋଟିସ୍ ପଠାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ।

ଇଡିର ସମନକୁ ବେଆଇନ ବୋଲି କହିଥିଲା ଆପ୍ । ଦଳ‌ କହିଥିଲା ଇଡି ସମନ ବୈଧତା ମାମଲା ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି । ଇଡି ମଧ୍ୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟଙ୍କ ରାୟକୁ ଅପେକ୍ଷା କରିବା ଉଚିତ |

Comments are closed.