ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ଇଡି ସମନ

ନୂଆଦିଲ୍ଲୀ: ପାତ୍ରା ଚଲ୍ ସ୍କାମ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବେ ଗିରଫ ଶିବସେନା ନେତ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ବି ସମନ ଜାରି କରିଛି । ଇଡି ଦାବି କରିଛି ଯେ ପାତ୍ରା ଚଲ୍ ପୁନଃ ବିକାଶ ପ୍ରକଳ୍ପରେ ଏକ ହଜାର କୋଟି ଟଙ୍କାର ଘୋଟାଲା ହୋଇଛି । ଏଥିରୁ ରାଉତ ଏବଂ ତାଙ୍କ ପରିବାର ₹ ୧.୦୬ କୋଟି ଟଙ୍କା ଲାଭ ପାଇଛନ୍ତି। ଆଲିବାଗ ଜମି କାରବାରରେ ଜଣେ ପ୍ରମୁଖ ସାକ୍ଷୀଙ୍କୁ ଏକ ବଳାତ୍କାର ଓ ହତ୍ୟା ମାମଲାରେ ରାଉତ ଧମକ ଦେଇଥିବା ମଧ୍ୟ ଇଡି ଅଭିଯୋଗ କରିଛି ।

ଉଲ୍ଲେଖଯୋଗ୍ୟ, ପାତ୍ରା ଚଲ୍ ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସଞ୍ଜୟ ରାଉତଙ୍କୁ ରବିବାର ବିଳମ୍ବିତ ରାତିରେ ଗିରଫ କରାଯାଇଥିଲା ।ପରେ ମୁମ୍ବାଇର ଏକ କୋର୍ଟ ତାଙ୍କୁ ଚାରି ଦିନ ଇଡି ହାଜତକୁ ପଠାଇଥିଲେ ।

Comments are closed.