ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ଚଢ଼ାଉ କରିବାକୁ ଯାଇଥିବା ବେଳେ ଇଡି ଟିମ୍ ଉପରେ ଆକ୍ରମଣ | News Room Odisha

ତୃଣମୂଳ କଂଗ୍ରେସ ନେତାଙ୍କ ଘରେ ଚଢ଼ାଉ କରିବାକୁ ଯାଇଥିବା ବେଳେ ଇଡି ଟିମ୍ ଉପରେ ଆକ୍ରମଣ

କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଚଢ଼ାଉ କରିବାକୁ ଯାଇଥିବା ଇଡି ଟିମ୍ ଉପରେ ପ୍ରାୟ ୨୫୦-୩୦୦ ଲୋକ ଆକ୍ରମଣ କରିଛନ୍ତି । ରାସନ ଦୁର୍ନୀତି ମାମଲାରେ ଇଡି ଟିମ୍ ୨୪ ପ୍ରଗଣା ଜିଲ୍ଲାର ସନ୍ଦେଶଖାଲି ସ୍ଥିତ ତୃଣମୂଳ କଂଗ୍ରେସ ନେତା ଶାହାଜାହାନ ଶେଖଙ୍କ ଘରେ ଚଢ଼ାଉ କରିବାକୁ ଯାଇଥିଲେ । ହେଲେ ଶେଖଙ୍କ ଘରେ ପହଞ୍ଚିବା କ୍ଷଣି ସେଠାରେ ଉପସ୍ଥିତ ପ୍ରାୟ ୨୦୦ରୁ ୩୦୦ ଲୋକ ଇଡି ଟିମ୍ ଓ ସେମାନଙ୍କ ସହ ଥିବା ସୁରକ୍ଷା କର୍ମୀଙ୍କୁ ଘେରି ଯାଇଥିଲେ। ସେମାନେ ଇଡି ଅଧିକାରୀଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲେ।

ଆକ୍ରମଣରେ କେହି ଆହତ ହୋଇଥିବା ଖବର ନାହିଁ। କିଛି ଲୋକଙ୍କ କହିବା ଅନୁସାରେ ମିଡିଆ ପ୍ରତିନିଧି ମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଇଥିଲା । ସେମାନେ ଇଟା ଓ ପଥରରେ ଆକ୍ରମଣ କରୁଥିଲେ। ଆକ୍ରମଣ କରିଥିବା ଲୋକମାନେ ତୃଣମୂଳ କଂଗ୍ରେସ ନେତା ଶାହାଜାହାନ ଶେଖଙ୍କ ସମର୍ଥକ ବୋଲି କୁହାଯାଉଛି ।