ଜମ୍ମୁରେ ମର୍ମନ୍ତୁଦ ଦୁର୍ଘଟଣା, ବୈଷ୍ଣୋ ଦେବୀ ଯାଉଥିବା ବସ୍ ଖାଇକୁ ଖସିଲା , ୮ ମୃତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ମଙ୍ଗଳବାର (ମେ ୩୦) ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ତୀର୍ଥଯାତ୍ରୀ ବସ୍ ଓଲଟି ପଡ଼ିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ବସ୍ ଅମୃତସରରୁ କାଟ୍ରା ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଭାରସାମ୍ୟ ହରାଇ ବସ୍ ଖାଇକୁ ଖସିପଡ଼ିଥିଲା ।

ଜମ୍ମୁ କାଶ୍ମୀରର ଜମ୍ମୁ ଜିଲ୍ଲାରେ ଘଟିଥିବା ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ ବସ୍ କାଟ୍ରା ଅଭିମୁଖେ ଯାଉଥିବା ବେଳେ ଝଜ୍ଜର କୋଟଲି ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବସ୍‌ରେ ଥିବା ତୀର୍ଥଯାତ୍ରୀମାନେ ମାତା ବୈଷ୍ଣୋ ଦେବୀ ମନ୍ଦିରକୁ ଯାଉଥିଲେ।

ଜାମ୍ମୁର ବରିଷ୍ଠ ପୋଲିସ ଅଧୀକ୍ଷକ ଚନ୍ଦନ କୋହଲି କହିଛନ୍ତି ଯେ ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ” ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ମଧ୍ୟ ପୋଲିସକୁ ସାହାଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଆହତମାନଙ୍କୁ ଜମ୍ମୁସ୍ଥିତ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.