ମଧ୍ୟପ୍ରଦେଶ: ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ | News Room Odisha

ମଧ୍ୟପ୍ରଦେଶ: ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ

ଭୋପାଳ: ମଧ୍ୟପ୍ରଦେଶର ଜବଲପୁରର ଏକ ଘରୋଇ ହସ୍ପିଟାଲ ନ୍ୟୁ ଲାଇଫ୍ ମଲ୍ଟି ସ୍ପେସିଆଲିଟିରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛ । ଏହି ଅଘଟଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ପ୍ରାୟ ଏକ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା ।

ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲା, କିନ୍ତୁ ଏହାପୂର୍ବରୁ ଡାକ୍ତରଖାନାରେ ନିଆଁ ବ୍ୟାପି ଯାଇଥିଲା।

ଜବଲପୁର ପୋଲିସ ଏସପି ସିଦ୍ଧାର୍ଥ ବହୁଗୁନା ଆଠ ଜଣଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ କରିଛନ୍ତି।

ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୃତକଙ୍କ ପରିବାରକୁ ପାଇଁ ୫ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତଙ୍କୁ ୫୦,୦୦୦ ଟଙ୍କା ସହାୟତା ଘୋଷଣା କରିଛନ୍ତି।ସରକାର ଆହତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବେ।