ଉତ୍ତରାଖଣ୍ଡ ହିମସ୍ଖଳନ: ଆଉ ୮ ପର୍ବତାରୋହୀ ଉଦ୍ଧାର

ଡେରାଡୁନ: ହିମସ୍ଖଳନ ପରେ ଉତ୍ତରାଖଣ୍ଡର ଦ୍ରୌପଦୀ ଦାଣ୍ଡା-୨ ପର୍ବତ ଶିଖରର ଫସି ରହିଥିବା ଆଉ ୮ ଜଣ ପର୍ବତାରୋହୀଙ୍କୁ ଏୟାରଲିଫ୍ଟ କରାଯାଇଛି ।

ଏହି ଲୋକଙ୍କୁ ହେଲିକପ୍ଟର ସାହାଯ୍ୟରେ ଉତ୍ତରପ୍ରଦେଶର ମଟଲିରେ ଅବସ୍ଥିତ ଆଇଟିବିପିର ଦ୍ୱାଦଶ ବାଟାଲିୟନ ଉଦ୍ଧାର କରିଥିଲେ ।

ଦ୍ରୌପଦୀ ଦାଣ୍ଡା-୨ ପର୍ବତରୁ ବର୍ତ୍ତମାନ ସୁଦ୍ଧା ମୋଟ ୧୪ ଆହତଙ୍କୁ ଉଦ୍ଧାର କରାଯାଇଛି।

ଉଦ୍ଧାର ହୋଇଥିବା ପର୍ବତାରୋହୀଙ୍କୁ ଉତ୍ତରାକାଶିର ନାତାଲିକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଉଛି ।

ଉତ୍ତରାଖଣ୍ଡ ପୋଲିସର ସୂଚନାନୁସାରେ ଉଦ୍ଧାର ହୋଇଥିବା ପର୍ବତାରୋହୀମାନଙ୍କ ମଧ୍ୟରେ ଗୁଜରାଟର ଦୀପ ସିଂହ, ତେହେରୀ ଗରୱାଲରୁ ରୋହିତ ଭଟ୍ଟ, ଉତ୍ତରାକାଶିର ସୁରଜ ସିଂହ, ମୁମ୍ବାଇର ସୁନୀଲ ଲାଲୱାନି, ରାଜସ୍ଥାନର ଅନିଲ କୁମାର, ଦିଲ୍ଲୀର ମନୀଷ ଅଗ୍ରୱାଲ, ଚମୋଲିରୁ କଞ୍ଚନ ସିଂହ ଏବଂ ଡେରାଡୁନରୁ ଅଙ୍କିତ ସିଂ ଅଛନ୍ତି। ।

ମଙ୍ଗଳବାର ହିମସ୍ଖଳନ ଯୋଗୁଁ ଚାରିଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ଓ ଉଦ୍ଧାର ହୋଇଥିବା ପର୍ବତାରୋହୀ ନେହେରୁ ପର୍ବତାରୋହଣ ତାଲିମ ଅନୁଷ୍ଠାନର ଟ୍ରେନି ବୋଲି ଜଣାପଡିଛି ।

ଏହି ଅନୁଷ୍ଠାନ କହିଛି ଯେ ଡୋକରାନି ବମାକ୍ ଗ୍ଲାସିଅରରେ ସେପ୍ଟେମ୍ବର ୨୨ ରୁ ଟ୍ରେନି ମାନଙ୍କର ତାଲିମ ଚାଲିଥିଲା ।

ବେସିକ୍ ଟ୍ରେନିଂରେ ୯୭ ଜଣ ଟ୍ରେନି, ୨୪ ପ୍ରଶିକ୍ଷକ ଏବଂ ଉକ୍ତ ଅନୁଷ୍ଠାନର ଜଣେ ଅଧିକାରୀଙ୍କ ସମେତ ମୋଟ ୧୨୨ ଜଣ ବ୍ୟକ୍ତି ସାମିଲ ଥିଲେ । ଅନ୍ୟପକ୍ଷରେ ଆଡଭାନ୍ସ କୋର୍ସରେ ୪୪ ଜଣ ଟ୍ରେନି ଏବଂ ୯ ଜଣ ପ୍ରଶିକ୍ଷକଙ୍କ ସମେତ ମୋଟ ୫୩ ଜଣ ବ୍ୟକ୍ତି ଯୋଗ ଦେଇଥିଲେ ।

Comments are closed.