News Room Odisha
BREAKING
Odia

ପେଣ୍ଟ କାରଖାନାରେ ନିଆଁ ଲାଗି ୧୧ ମୃତ

ନୂଆଦିଲ୍ଲୀ: ଦିଲ୍ଲୀର ଅଲିପୁର ଅଞ୍ଚଳରେ ଥିବା ଏକ ପେଣ୍ଟ କାରଖାନାରେ ନିଆଁ ଲାଗି ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଅଲିପୁରର ଦୟାଲପୁର ବଜାରରେ ଥିବା ଏହି କାରଖାନା ପରିସରରୁ ୧୧ ମୃତଦେହ ଉଦ୍ଧାର କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଏହି କାରଖାନାରେ ନିଆଁ ଲାଗି ଯାଇଥିଲା । ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ) ର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ୫.୨୫ ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ [...]

Admin•February 16, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀର ଅଲିପୁର ଅଞ୍ଚଳରେ ଥିବା ଏକ ପେଣ୍ଟ କାରଖାନାରେ ନିଆଁ ଲାଗି ଅତି କମରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଅଲିପୁରର ଦୟାଲପୁର ବଜାରରେ ଥିବା ଏହି କାରଖାନା ପରିସରରୁ ୧୧ ମୃତଦେହ ଉଦ୍ଧାର କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଏହି କାରଖାନାରେ ନିଆଁ ଲାଗି ଯାଇଥିଲା ।

ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ) ର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତକାଲି ଅପରାହ୍ନ ୫.୨୫ ସମୟରେ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିବା ପରେ ଘଟଣାସ୍ଥଳକୁ ୨୨ଟି ଦମକଳ ଗାଡ଼ି ପଠାଯାଇଥିଲା। ସେ କହିଛନ୍ତି, ରାତି ପ୍ରାୟ ୯ଟା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ବିସ୍ଫୋରଣ ସ‌ହ କାରଖାନାରେ ନିଆଁ ଲାଗିଯାଇଥିଲା। ଏହି ଘଟଣାର ତଦନ୍ତ ପାଇଁ ଏକ ଟିମ୍ ଗଠନ କରାଯାଇଛି।

#Odia#Odisha#News
Share Article:

Related Articles