News Room Odisha
BREAKING
Odia

ଖଣିକୁ ଖସିଲା ବସ୍, ୧୨ ମୃତ

ଦୁର୍ଗ: ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଖଣି ଖାଇକୁ ଖସି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନାନୁସାରେ, ଏହି ବସ୍ କେଡିଆ ଡିଷ୍ଟିଲେରୀର ୨୭ ଜଣ କର୍ମଚାରୀଙ୍କୁ ନେଇ କୁମାରୀରୁ ଭିଲାଇକୁ ଫେରୁଥଲା । ମଙ୍ଗଳବାର ରାତି ପ୍ରାୟ ୯ଟାରେ ଖାପ୍ରି ନିକଟରେ ଭାରସାମ୍ୟ ହରାଇ ବସ୍ ୫୦ ଫୁଟ ତଳକୁ [...]

Admin•April 10, 2024
Share Article:

ଦୁର୍ଗ: ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଖଣି ଖାଇକୁ ଖସି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସୂଚନାନୁସାରେ, ଏହି ବସ୍ କେଡିଆ ଡିଷ୍ଟିଲେରୀର ୨୭ ଜଣ କର୍ମଚାରୀଙ୍କୁ ନେଇ କୁମାରୀରୁ ଭିଲାଇକୁ ଫେରୁଥଲା । ମଙ୍ଗଳବାର ରାତି ପ୍ରାୟ ୯ଟାରେ ଖାପ୍ରି ନିକଟରେ ଭାରସାମ୍ୟ ହରାଇ ବସ୍ ୫୦ ଫୁଟ ତଳକୁ ଏକ ମୋରମ ଖଣିରେ ଖସିପଡ଼ିଥିଲା | ଏହି ଦୁର୍ଘଟଣାରେ ୧୧ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆଉ ୧୬ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଏସଡିଆରଏଫ୍ ଏବଂ ପୋଲିସ ଟିମ୍ ପହଞ୍ଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୁର୍ଘଟଣାରେ ଜୀବନହାନି ନେଇ ଦୁଃଖ ପ୍ରକାଶ କରିଛନ୍ତିି।

#Odia#Odisha#News
Share Article:

Related Articles