News Room Odisha
BREAKING
Odia

ଝଲସିବ ଋଷିକୁଲ୍ୟା ତଟ: ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ

ବ୍ରହ୍ମପୁର: ସପ୍ତାହକ ପରେ ଆରମ୍ଭ ହୋଇଯିବ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ବାର୍ଷିକ ଚୈତ୍ର ମଙ୍ଗଳବାର ଯାତ୍ରା। କେବଳ ଗଞ୍ଜାମ ଜିଲ୍ଲା ନୁହେଁ ବରଂ ରାଜ୍ୟର ବିଭିନ୍ନ ସ୍ଥାନ ଏପରିକି ରାଜ୍ୟ ବାହାରୁ ମଧ୍ୟ ଭକ୍ତ ଓ ମାନସିକଧାରୀ ଏବଂ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ବିଶେଷ କରି ନିଜ ସନ୍ତାନଙ୍କ ମୁଣ୍ଡା ସକାଶେ ମାନସିକଧାରୀ ଚୈତ୍ର ମଙ୍ଗଳବାର ପାଳିମାନଙ୍କରେ ଏହି ପ୍ରସିଦ୍ଧ ଶକ୍ତିପୀଠକୁ ଛୁଟି ଆସିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି [...]

Admin•March 18, 2024
Share Article:
ଝଲସିବ ଋଷିକୁଲ୍ୟା ତଟ: ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ

ବ୍ରହ୍ମପୁର: ସପ୍ତାହକ ପରେ ଆରମ୍ଭ ହୋଇଯିବ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ବାର୍ଷିକ ଚୈତ୍ର ମଙ୍ଗଳବାର ଯାତ୍ରା। କେବଳ ଗଞ୍ଜାମ ଜିଲ୍ଲା ନୁହେଁ ବରଂ ରାଜ୍ୟର ବିଭିନ୍ନ ସ୍ଥାନ ଏପରିକି ରାଜ୍ୟ ବାହାରୁ ମଧ୍ୟ ଭକ୍ତ ଓ ମାନସିକଧାରୀ ଏବଂ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ବିଶେଷ କରି ନିଜ ସନ୍ତାନଙ୍କ ମୁଣ୍ଡା ସକାଶେ ମାନସିକଧାରୀ ଚୈତ୍ର ମଙ୍ଗଳବାର ପାଳିମାନଙ୍କରେ ଏହି ପ୍ରସିଦ୍ଧ ଶକ୍ତିପୀଠକୁ ଛୁଟି ଆସିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ଦ୍ଦେଶକ୍ରମେ ଏହି ପୀଠର ନବକଳେବର କେବଳ ଯେ ଭକ୍ତଙ୍କୁ ବିମୋହିତ କରୁଛି ତା ନୁହେଁ, ବରଂ ଏଥିସହ ଆଗନ୍ତୁକଙ୍କୁ ବେଶ୍ ଉନ୍ନତ ସୁବିଧା ସୁଯୋଗ ମିଳିପାରୁଛି।

ତେବେ ଆଉ କିଛି ମାସ ପରେ ଏହି ପୀଠର ସୌନ୍ଦର୍ଯ୍ୟକରଣ ଆହୁରି ବୃଦ୍ଧି ପାଇବ। ପୀଠ ସଂଲଗ୍ନ ତଥା ପାହାଡ଼ ପାଦଦେଶରେ ବୋହି ଯାଉଥିବା ଋଷିକୁଲ୍ୟା ନଦୀ ତଟର ବିକାଶ କାର୍ଯ୍ୟ ନିକଟରେ ଆରମ୍ଭ ହୋଇଛି। ପ୍ରାୟ ୩୦ କୋଟି ଟଙ୍କା ବ୍ୟୟରେ ଏହି ସ୍ଥାନକୁ ଭ୍ରମଣକାରୀଙ୍କ ସକାଶେ ଏକ ଆକର୍ଷଣୀୟ ଢଙ୍ଗରେ ସଜ୍ଜିତ ତଥା ବିକଶିତ କରାଯିବ। ଗତ ଗୁୁରୁବାରରୁ ଆରମ୍ଭ ହୋଇଛି ରିଭର୍ ଫ୍ରଣ୍ଟ୍ ଡେଭଲପମେଣ୍ଟ ପ୍ରୋଜେକ୍ଟ କାର୍ଯ୍ୟ। ଜଳସମ୍ପଦ ବିଭାଗ ଦ୍ବାରା ମୁହାଣ ବା କୂଳ ସୁରକ୍ଷା ସହ ନଦୀ ତଟରେ ଦେଖଣାହାରୀଙ୍କ ସକାଶେ ବସିବା, ପ୍ରକୃତିକୁ ଉପଭୋଗ କରିବା ଆଦି ସୁବିଧା ଉପଲବ୍ଧ କରାଇବ।

୨୦୨୨ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୫-ଟି ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଯେତେବେଳେ ନବ କଳେବର ତଥା ରୂପାନ୍ତରୀକରଣ ପରେ ମନ୍ଦିର ଲୋକାର୍ପିତ ହୋଇଥିଲା ସେତେବେଳେ ଏହି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ଘୋଷଣା କରାଯାଇ ଥିଲା। ଗତ ସପ୍ତାହରୁ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଶୀଘ୍ର ପ୍ରକୃତିପ୍ରେମୀ, ଆଧ୍ୟାତ୍ମପ୍ରେମୀଙ୍କ ସକାଶେ ଅଧିକ ସୁବିଧା ମିଳିବାକୁ ଯାଉଛି।

#Odia#Odisha#News
Share Article:

Related Articles