News Room Odisha
BREAKING
Odia

କେଜ୍ରିୱାଲଙ୍କ ଗିରଫ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ଆନ୍ନା ହଜାରେ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ନେଇ ସମାଜସେବୀ ଆନ୍ନା ହଜାରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ପରି ଜଣେ ବ୍ୟକ୍ତି ଯିଏ ମୋ ସହ କାମ କରୁଥିଲେ ଏବଂ ମଦ ବିରୋଧରେ ସ୍ୱର ଉଠାଇଥିଲେ, ସେ ଆଜି ମଦ ନୀତି ପ୍ରସ୍ତୁତ କରିବା ଦେଖି ମୁଁ ଦୁଃଖିତ । କିନ୍ତୁ ସେ କଣ କରିପାରିବେ? କ୍ଷମତା ଆଗରେ ସେ କିଛି କରିପାରିବେ ନାହିଁ। ” ଏକଦା [...]

Admin•March 22, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ନେଇ ସମାଜସେବୀ ଆନ୍ନା ହଜାରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଅରବିନ୍ଦ କେଜ୍ରିୱାଲଙ୍କ ପରି ଜଣେ ବ୍ୟକ୍ତି ଯିଏ ମୋ ସହ କାମ କରୁଥିଲେ ଏବଂ ମଦ ବିରୋଧରେ ସ୍ୱର ଉଠାଇଥିଲେ, ସେ ଆଜି ମଦ ନୀତି ପ୍ରସ୍ତୁତ କରିବା ଦେଖି ମୁଁ ଦୁଃଖିତ । କିନ୍ତୁ ସେ କଣ କରିପାରିବେ? କ୍ଷମତା ଆଗରେ ସେ କିଛି କରିପାରିବେ ନାହିଁ। ”

ଏକଦା ଲୋକପାଳ ଆନ୍ଦୋଳନର ଚେହେରା ପାଲଟିଥିବା ଆନ୍ନା ହଜାରେ କହିଛନ୍ତି, କେଜ୍ରିୱାଲ ତାଙ୍କ କର୍ମର ପରିଣାମ ଭୋଗିଛନ୍ତି। ଯଦି ଆମେ ଏସବୁ (ମଦ ନୀତି) କରି ନ ଥାନ୍ତୁ, ତେବେ ଏପରି ଘଟିବାର ଆଦୌ ସମ୍ଭାବନା ନଥାନ୍ତା। ଯାହା କିଛି ଡ୍ରାମା ହୋଇଛି, ଆଉ ଯାହା ଘଟିବ ତାହା ଆଇନ ଅନୁଯାୟୀ ହେବ। ସରକାର ଏହା ଦେଖିବେ। ”

ମଦ ଦୁର୍ନୀତି ମାମଲାରେ ଇଡି ଗୁରୁବାର ବିଳମ୍ବିତ ରାତିରେ ଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରୁ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । କେଜ୍ରିୱାଲଙ୍କୁ ଆଜି ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଛି । ଇଡି ତାଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଛି । ମଦ‌ ଦୁର୍ନୀତି ମାମଲାରେ କେଜ୍ରିୱାଲ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଦାବି କରିଛି ଇଡି ।

#Odia#Odisha#News
Share Article:

Related Articles