News Room Odisha
BREAKING
Odia

ରାଜକୋଟ ସହରର ଗେମ୍ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ, ୨୪ ମୃତ

ରାଜକୋଟ: ଗୁଜରାଟର ରାଜକୋଟ ସହରର କାଲାଭାଡ ରୋଡରେ ଥିବା ଟିଆରପି ଗେମ୍ ଜୋନରେ ଶନିବାର ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୨ ଜଣ ପିଲାଙ୍କ ସହ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୫ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କହିଛି ପ୍ରଶାସନ । ଶବ ଗୁଡ଼ିକ ପୂରା ପୋଡ଼ି ଯାଇଥିବାରୁ ଚିହ୍ନଟ କରିବା କଷ୍ଟକର ହୋଇଛି। ମୃତକଙ୍କ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷା କରାଯିବ | ନିଆଁ [...]

Admin•May 25, 2024
Share Article:

ରାଜକୋଟ: ଗୁଜରାଟର ରାଜକୋଟ ସହରର କାଲାଭାଡ ରୋଡରେ ଥିବା ଟିଆରପି ଗେମ୍ ଜୋନରେ ଶନିବାର ସନ୍ଧ୍ୟାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୨ ଜଣ ପିଲାଙ୍କ ସହ ୨୪ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୨୫ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କହିଛି ପ୍ରଶାସନ । ଶବ ଗୁଡ଼ିକ ପୂରା ପୋଡ଼ି ଯାଇଥିବାରୁ ଚିହ୍ନଟ କରିବା କଷ୍ଟକର ହୋଇଛି। ମୃତକଙ୍କ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷା କରାଯିବ | ନିଆଁ ଲାଗିବା ସମୟରେ ଗେମ୍ ଜୋନରେ କେତେ ଲୋକ ଥିଲେ ତାହା ପ୍ରଶାସନ ସଠିକ୍ କହିପାରି ନାହିଁ। ଘଟଣାସ୍ଥଳରେ ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଘଟଣାସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଅପରାହ୍ନ ପ୍ରାୟ ୫ଟାରେ ଗେମ୍ ଜୋନରେ ନିଆଁ ଲାଗିଯାଇଥିଲା । ୩୦ ସେକେଣ୍ଡ ମଧ୍ୟରେ ନିଆଁ ପୂରା ଅଞ୍ଚଳକୁ ବ୍ୟାପି ଯାଇଥିଲା । ଗେମ୍ ଜୋନର ଅନେକ ସ୍ଥାନରେ ମରାମତି ଏବଂ ନବୀକରଣ କାର୍ଯ୍ୟ ମଧ୍ୟ ଚାଲିଥିଲା। ତେଣୁ ସେଠାରେ ଏଣେତେଣେ ପ୍ଲାଏ ଓ କାଠ ଖଣ୍ଡ ପଡ଼ିଥିଲା । ଏହି କାରଣରୁ ନିଆଁ ଶୀଘ୍ର ବ୍ୟାପିଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। ଗ୍ରୀଷ୍ମ ଛୁଟି ଯୋଗୁଁ ଆଜି ଏଠାରେ ବହୁ ସଂଖ୍ୟାରେ ଛୋଟପିଲା ଓ ସେମାନଙ୍କ ଅଭିଭାବକଙ୍କ ଗହଳି ଥିଲା। ଏହି ଅଗ୍ନିକାଣ୍ଡରେ ପ୍ରାଣହାନି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି।

#Odia#Odisha#News
Share Article:

Related Articles