ପାକିସ୍ତାନରେ ମେଣ୍ଟ ସରକାର ସମ୍ଭାବନା, ଶହବାଜ ସରିଫ୍ ପୁଣି ହେବେ ପ୍ରଧାନମନ୍ତ୍ରୀ
ଇସଲାମାବାଦ: ପାକିସ୍ତାନର ସାଧାରଣ ନିର୍ବାଚନରେ ବିଭାଜିତ ଜନାଦେଶ ପରେ ନୂଆ ସରକାର ଗଠନ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ଶହବାଜ ସରିଫ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଥିବାବେଳେ ଦେଶରେ ପିଏମ୍ଏଲ୍-ଏନ୍ ଓ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ମେଣ୍ଟ ସରକାର ହେବ । ଆଉ କିଛି ଛୋଟ ଦଳ ଏହି ମେଣ୍ଟର ଅଂଶ ହେବେ । ଏଭଳି ସ୍ଥିତିରେ ସରକାର ଗଠନ ପାଇଁ ଏହି ମେଣ୍ଟ ସହଜରେ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା [...]
ଇସଲାମାବାଦ: ପାକିସ୍ତାନର ସାଧାରଣ ନିର୍ବାଚନରେ ବିଭାଜିତ ଜନାଦେଶ ପରେ ନୂଆ ସରକାର ଗଠନ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହୋଇଛି। ଶହବାଜ ସରିଫ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଥିବାବେଳେ ଦେଶରେ ପିଏମ୍ଏଲ୍-ଏନ୍ ଓ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ମେଣ୍ଟ ସରକାର ହେବ । ଆଉ କିଛି ଛୋଟ ଦଳ ଏହି ମେଣ୍ଟର ଅଂଶ ହେବେ । ଏଭଳି ସ୍ଥିତିରେ ସରକାର ଗଠନ ପାଇଁ ଏହି ମେଣ୍ଟ ସହଜରେ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ହାସଲ କରିବା ସମ୍ଭାବନା ରହିଛି ।
ଶହବାଜ ସରିଫ ମଙ୍ଗଳବାର ରାତିରେ ପାକିସ୍ତାନ ମୁସଲିମ ଲିଗ-କାଏଦ (ପିଏମଏଲ-କ୍ୟୁ) ର ସଜାତ ହୁସେନଙ୍କ ବାସଭବନରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଆସିଫ ଅଲି ଜର୍ଦାରୀ, ମୁତାହିଦା କ୍ବାମି ମୁଭମେଣ୍ଟ ପାକିସ୍ତାନ (ଏମକ୍ୟୁଏମ୍-ପି)ର ଖାଲିଦ ମକବୁଲ ସିଦ୍ଦିକିଙ୍କୁ ଭେଟିଥିଲେ। ଏହି ବୈଠକରେ ମିଳିତ ସରକାର ଗଠନ କରିବାକୁ ସହମତି ପ୍ରକାଶ ପାଇଥିଲା ।
ବୈଠକ ପରେ ସରିଫ ସରକାର ଗଠନରେ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମ୍ଏଲ୍-ଏନ୍) କୁ ସମର୍ଥନ କରିଥିବାରୁ ଜର୍ଦ୍ଦାରୀ ଓ ବିଲାୱାଲ (ଭୁଟ୍ଟୋ)କୁ କୃତଜ୍ଞତା ଜଣାଇଥିଲେ ।
ପିଏମଏଲ-ଏନ ସୂଚନା ସମ୍ପାଦକ ମରିୟମ ଔରଙ୍ଗଜେବ କହିଛନ୍ତି ଯେ ଦଳର ସୁପ୍ରିମୋ ନୱାଜ ସରିଫ ଦେଶର ପ୍ରଧାନମନ୍ତ୍ରୀ ପଦ ପାଇଁ ଦଳର ସଭାପତି ତଥା ତାଙ୍କ ସାନଭାଇ ଶହବାଜ ସରିଫଙ୍କୁ (୭୨) ମନୋନୀତ କରିଛନ୍ତି। ପିଏମଏଲ-ଏନ ବରିଷ୍ଠ ଉପସଭାପତି ମରିୟମ ନୱାଜଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦ ପାଇଁ ମନୋନୀତ କରାଯାଇଛି ବୋଲି ସେ ସେ ସୂଚନା ଦେଇଛନ୍ତି ।
ଏପ୍ରିଲ ୨୦୨୨ରେ ଇମ୍ରାନ ଖାନଙ୍କ ନେତୃତ୍ୱାଧୀନ ସରକାରକୁ କ୍ଷମତାରୁ ହଟାଇ ପ୍ରଧାନମନ୍ତ୍ରୀ ହୋଇଥିବା ଶହବାଜ ସରିଫ୍ କହିଛନ୍ତି, ନିର୍ବାଚନ ପରେ
ପିଏମଏଲ-ଏନ ସହିତ ଅନ୍ୟ ଦଳ ଗୁଡ଼ିକ ହାତ ମିଳାଇଛନ୍ତି। ଯାହା ଫଳରେ ସଂସଦରେ ଆମ ପାଖରେ “ପ୍ରାୟ ଦୁଇ-ତୃତୀୟାଂଶ” ବହୁମତ ରହିଛି। ନୂଆ ସରକାର ଦେଶକୁ ସଙ୍କଟରୁ ମୁକ୍ତ କରିବ ବୋଲି ସରିଫ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ପାକିସ୍ତାନର ନିର୍ବାଚନ କମିଶନ ତଥ୍ୟ ଅନୁଯାୟୀ, ପିଏମ୍ଏଲ୍-ଏନ୍, ପିପିପି, ଏମକ୍ୟୁଏମ୍-ପି, ପିଏମ୍ଏଲ୍-କ୍ୟୁ, ଆଇପିପି (ଇସ୍ତିକାମ-ଏ-ପାକିସ୍ତାନ ପାର୍ଟି) ଓ ବଲୁଚିସ୍ତାନ ଆୱାମୀ ପାର୍ଟି (ବିଏପି) ମିଶି ମୋଟ ୧୫୨ ଆସନ ଜିତିଛନ୍ତି। ଏହି ସବୁ ଦଳ ଶହବାଜ ସରିଫଙ୍କ ନେତୃତ୍ୱରେ ଏକ ମିଳିତ ସରକାର ଗଠନ ପାଇଁ ଯୋଜନା ଘୋଷଣା କରିଛନ୍ତି।
ଏହି ଦଳ ଗୁଡ଼ିକ ଆଉ ୬୦ ମହିଳା ଓ ୧୦ ସଂଖ୍ୟାଲଘୁ ଆସନ ପାଇବା ପରେ କେନ୍ଦ୍ରରେ ସରକାର ଗଠନ ପାଇଁ ଆବଶ୍ୟକ ୧୬୯ ସଂଖ୍ୟା ହାସଲ କରିବେ। ତଥାପି ୩୩୬ ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଆସେମ୍ଲିରେ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇଁ ଏହି ଦଳ ଗୁଡ଼ିକ ୨୨୪ ର ମ୍ୟାଜିକ୍ ନମ୍ବର ହାସଲ କରିବେ କି ନାହିଁ ଦେଖିବାକୁ ବାକି ରହିଲା।
ସଦ୍ୟତମ ରାଜନୈତିକ ଘଟଣାକ୍ରମ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ଦଳ କହିଛି, ପିଏମ୍ଏଲ୍-ଏନ୍ ପାଇଁ ସବୁଠୁ ଭଲ ବିକଳ୍ପ ହେଉଛି ଦଳ ନିଜ ପରାଜୟକୁ ଦୟାକରି ସ୍ବୀକାର କରିବା” ଏବଂ ଇମ୍ରାନ ଖାନଙ୍କୁ ଦେଶକୁ ସଙ୍କଟରୁ ମୁକୁଳାଇବା ପାଇଁ ସୁଯୋଗ ଦେବା ।”
ଫେବୃଆରୀ ୮ରେ ଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଇମ୍ରାନ ଖାନଙ୍କ ଦଳ ପିଟିଆଇ ଦ୍ୱାରା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୧୦୧ଟି ଆସନ ଜିତିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା ଗସ୍ତ : ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଉଦ୍ଘାଟନ ଓ ଶିଳାନ୍ୟାସ, ଗୋପାଳପୁରରେ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର
Next Articleଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଇଡିର ଷଷ୍ଠ ସମନ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
