News Room Odisha
BREAKING
Odia

ଉଦ୍‌ଯାପନ ହେଲା ବି.ଏମ୍.ସିର ସ୍ଵଚ୍ଛତା ପକ୍ଷ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଆଜି ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି, ଗତ ୧୫ ଦିନ ଧରି ଚାଲିଥିବା ସଚ୍ଛତା ପକ୍ଷ କାର୍ଯ୍ୟକ୍ରମ । ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଭୁବନେଶ୍ବର ମହାନଗର ନିଗମ (ବି.ଏମ୍.ସି)ର ବିଭିନ୍ନ ୱାର୍ଡ, ଜୋନ୍ ଏବଂ ମୁଖ୍ୟ କାର୍ଯ୍ୟାଳୟ ସ୍ତରୀୟ ବିଭିନ୍ନ ପଦକ୍ଷେପରେ ଏହି ପକ୍ଷର କାର୍ଯ୍ୟକ୍ରମ କରାଯାଇଛି । ତେବେ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ଭକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଂଜୁଲତା କହଁର, [...]

Admin•October 2, 2024
Share Article:

ଭୁବନେଶ୍ୱର: ଆଜି ସଂଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି, ଗତ ୧୫ ଦିନ ଧରି ଚାଲିଥିବା ସଚ୍ଛତା ପକ୍ଷ କାର୍ଯ୍ୟକ୍ରମ । ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଭୁବନେଶ୍ବର ମହାନଗର ନିଗମ (ବି.ଏମ୍.ସି)ର ବିଭିନ୍ନ ୱାର୍ଡ, ଜୋନ୍ ଏବଂ ମୁଖ୍ୟ କାର୍ଯ୍ୟାଳୟ ସ୍ତରୀୟ ବିଭିନ୍ନ ପଦକ୍ଷେପରେ ଏହି ପକ୍ଷର କାର୍ଯ୍ୟକ୍ରମ କରାଯାଇଛି ।

ତେବେ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ଭକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଂଜୁଲତା କହଁର, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, କମିଶନର ବି ଏମ୍ ସି, ଶ୍ରୀ ରାଜେଶ ପ୍ରଭାକର ପାଟିଲ୍, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ମିହିର କୁମାର ରାଉତ, ବହୁ କର୍ପୋରେଟର ଅତିଥିଭାବେ ଯୋଗ ଦେଇଥିଲେ ।

ଆଜିର କାର୍ଯ୍ୟକ୍ରମ ସଂପୂର୍ଣ୍ଣ ଭିନ୍ନ ହୋଇଥିବାବେଳେ ସାରା ଓଡିଶାରେ ଏହା ଏକ ଚିତାକର୍ଷକ ୱେଷ୍ଟ ଟୁ ଆର୍ଟ ବା ବର୍ଜ୍ୟରୁ କଳାକୃତି ପ୍ରଦର୍ଶନୀ ଥିଲା I ସଂଗୃହୀତ ବର୍ଜ୍ୟର ପରବର୍ତୀ ଉପଯୋଗରେ ପ୍ରସ୍ତୁତ ହୋଇଥିବା ପ୍ରାୟ ୨୦୦ରୁ ଅଧିକ କଳାକୃତି । ସୂଚନା ଯୋଗ୍ୟକି ଏହି କଳାକୃତିର ଅଧିକାଂଶ ବିଏମ୍‌ସି ବୈଭବ କେନ୍ଦ୍ରରେ କାମ କରୁଥିବା ସଫେଇ କର୍ମୀଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି । ୨୨ ଗୋଟି ବୈଭବ କେନ୍ଦ୍ରର ସଫେଇ କର୍ମୀଙ୍କ ଦ୍ବାରା ପ୍ରସ୍ତୁତ ଭକ୍ତ କଳାକୃତି ୪୦ ଗୋଟି ଷ୍ଟଲରେ ପ୍ରଦର୍ଶିତ ହୋଇଥିଲା । ହଜାର ହଜାର ଲୋକ ଏହାକୁ ବୁଲି ଦେଖିବା ସହ ଉଚ୍ଚ ପ୍ରସଂଶା କରିଥିଲେ । ଏହା ସାଂଗକୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀମାନେ ବର୍ଜ୍ୟ ନିର୍ମିତ ଉଚ୍ଚକୋଟୀର କଳାକୃତି ଦେଖି ଦର୍ଶକମାନେ ଚକିତ ହୋଇଯାଇଥିଲେ ।

#Odia#Odisha#News
Share Article:

Related Articles