News Room Odisha
BREAKING
Odia

ସମ୍ବଲପୁରରେ “ଭୋଟର ଦାଦା” ଓ “ଭୋଟର ନାନି”

ସମ୍ବଲପୁର: ‘କୌଣସି ଭୋଟରଙ୍କୁ ପଛରେ ଛାଡି ଦିଆଯିବ ନାହିଁ ” ମନ୍ତ୍ର ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ଭୋଟର ମାସ୍କଟ୍ ପ୍ରଚଳନ କରାଯାଇଛି, ଯଥା ‘ଭୋଟର ଦାଦା’ ଏବଂ ‘ଭୋଟର୍ ନାନୀ ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧିଥିବା ସ୍ୱିପ୍ ଟୋଟେମ୍। ‘ଭୋଟର ଦାଦା’ ଓ ‘ଭୋଟର ନାନି’ ମାସ୍କଟ୍ ହେଉଛି ନିର୍ବାଚନୀ କାର୍ଯ୍ୟକଳାପ ପ୍ରତି ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାର ଏକ ଅଭିନବ ଉପାୟ। ଭୋଟର ତାଲିକାରେ ନାମ ପଞ୍ଜୀକରଣ, ମଡେଲ [...]

Admin•April 15, 2024
Share Article:

ସମ୍ବଲପୁର: ‘କୌଣସି ଭୋଟରଙ୍କୁ ପଛରେ ଛାଡି ଦିଆଯିବ ନାହିଁ ” ମନ୍ତ୍ର ନେଇ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗାମୀ ନିର୍ବାଚନ ପାଇଁ ଭୋଟର ମାସ୍କଟ୍ ପ୍ରଚଳନ କରାଯାଇଛି, ଯଥା ‘ଭୋଟର ଦାଦା’ ଏବଂ ‘ଭୋଟର୍ ନାନୀ ପାରମ୍ପରିକ ସମ୍ବଲପୁରୀ ପୋଷାକ ପିନ୍ଧିଥିବା ସ୍ୱିପ୍ ଟୋଟେମ୍।

‘ଭୋଟର ଦାଦା’ ଓ ‘ଭୋଟର ନାନି’ ମାସ୍କଟ୍ ହେଉଛି ନିର୍ବାଚନୀ କାର୍ଯ୍ୟକଳାପ ପ୍ରତି ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିବାର ଏକ ଅଭିନବ ଉପାୟ। ଭୋଟର ତାଲିକାରେ ନାମ ପଞ୍ଜୀକରଣ, ମଡେଲ ପୋଲିଂ ଷ୍ଟେସନ, ସଖୀ ବୁଥ୍ (ମହିଳା ପୋଲିଂ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ମତଦାନ କେନ୍ଦ୍ର), ପିଡବ୍ଲ୍ୟୁଡି ପରିଚାଳିତ ମତଦାନ କେନ୍ଦ୍ର, ଭୋଟରଙ୍କ ପାଇଁ ଉପଲବ୍ଧ ବିଭିନ୍ନ ଅନ୍ଲାଇନ୍ ଓ ଅଫ୍ଲାଇନ୍ ସୁବିଧା ବିଷୟରେ ସୂଚନା, ନୈତିକ ମତଦାନ ଆଦି ବିଷୟରେ ଭୋଟରଙ୍କୁ ସଚେତନ କରିବା ପାଇଁ ସେମାନଙ୍କୁ ଦାୟିତ୍ବ ଦିଆଯାଇଛି।
ମାସ୍କଟ୍ ଏବଂ ସେଲ୍ଫି ପଏଣ୍ଟ ପ୍ରଚଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଗାମୀ ନିର୍ବାଚନ ବିଷୟରେ ଭୋଟରଙ୍କୁ ସଚେତନ କରିବା ସହିତ ନୂତନ ଏବଂ ଯୁବ ଭୋଟରମାନଙ୍କୁ ମତଦାନରେ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିବା । ନିର୍ବାଚନ ତାରିଖ, ନିର୍ବାଚନ ସମୟ, ବୁଥ୍ ସ୍ଥାନ, କିପରି ଭୋଟ୍ ଦେବେ, ଭୋଟରଙ୍କ ସହାୟତାରେ ବିଭିନ୍ନ ଆଇଟି ଆପ୍ ଲିକେସନ୍ ଏବଂ ଶେଷରେ ବିଶେଷ କରି ସହରାଞ୍ଚଳରେ ମତଦାନ ହାର ବଢ଼ାଇବା ଉଦ୍ଦେଶ୍ୟରେ ଏହି ମାସ୍କଟ୍ ଗୁଡ଼ିକ ଦ୍ୱାରା ପ୍ରଚାର ସମଗ୍ର ଜିଲ୍ଲାରେ ବ୍ୟାପକ ଭାବେ କରାଯିବ।

ସମ୍ବଲପୁରୀ ଭାଷାରେ ‘ଭୋଟର ଦାଦା’ ଓ ‘ଭୋଟର ନାନି’କୁ ନେଇ ଆନିମେସନ ଭିଡିଓ ତିଆରି କରି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ପ୍ରଚାର କରାଯିବ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଏସ୍ଏମ.ସି କାର୍ଯ୍ୟାଳୟ, ଜିଲ୍ଲା ପରିଷଦ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲକ୍ଷ୍ମି ଟକିଜ୍, ସମଲେଇ ମନ୍ଦିରସ୍ଥିତ ମିଶନ ଶକ୍ତି କାଫେ, ରେଳ ପୋଲ ନିକଟ, ସମ୍ବଲପୁର ସହରର ବଜାର ସ୍ଥାନ, ବୁର୍ଲା, ହୀରାକୁଦ ଆଦି ସର୍ବସାଧାରଣ ସ୍ଥାନରେ ଭୋଟର ଦାଦା ଓ ଭୋଟର ନାନି ସେଲ୍ଫି ପଏଣ୍ଟ ରହିବ।

#Odia#Odisha#News
Share Article:

Related Articles