ବ୍ରହ୍ମପୁରରୁ ସାରା ରାଜ୍ୟକୁ ଯିବ ବ୍ରେଲି ବ୍ୟାଲଟ୍
ବ୍ରହ୍ମପୁର: ସବୁ ଯୋଗ୍ୟ ନାଗରିକ ଯେପରି ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ ସେଥିପ୍ରତି ନିର୍ବାଚନ କମିଶନ ତଥା ରାଜ୍ୟସ୍ତରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ବ ଦେଉଛନ୍ତି। ଦୃଷ୍ଟିହୀନମାନେ ମଧ୍ୟ ଯେପରି ଏଥିରୁ ବଞ୍ଚିତ ହୁଅନ୍ତି ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଆଉ ସେଥିପାଇଁ ବ୍ରହ୍ମପୁରରେ ଥିବା ରାଜ୍ୟର ଏକମାତ୍ର ତଥା ଆଧୁନିକ ବ୍ରେଲି ପ୍ରେସ୍ ଉପରେ ଗୁରୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଏଠାରୁ ରାଜ୍ୟର ସମସ୍ତ ବୁଥକୁ ବ୍ରେଲି ବ୍ୟାଲଟ୍ ପେପର୍ ପଠାଯିବ ଯେଉଁଠି ଦୃଷ୍ଟିହୀନମାନେ ନିଜ [...]
ବ୍ରହ୍ମପୁର: ସବୁ ଯୋଗ୍ୟ ନାଗରିକ ଯେପରି ମତଦାନ ଅଧିକାର ସାବ୍ୟସ୍ତ କରିପାରିବେ ସେଥିପ୍ରତି ନିର୍ବାଚନ କମିଶନ ତଥା ରାଜ୍ୟସ୍ତରରେ ମୁଖ୍ୟ ନିର୍ବାଚନ ଅଧିକାରୀ ଗୁରୁତ୍ବ ଦେଉଛନ୍ତି। ଦୃଷ୍ଟିହୀନମାନେ ମଧ୍ୟ ଯେପରି ଏଥିରୁ ବଞ୍ଚିତ ହୁଅନ୍ତି ସେଥିପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଆଉ ସେଥିପାଇଁ ବ୍ରହ୍ମପୁରରେ ଥିବା ରାଜ୍ୟର ଏକମାତ୍ର ତଥା ଆଧୁନିକ ବ୍ରେଲି ପ୍ରେସ୍ ଉପରେ ଗୁରୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଏଠାରୁ ରାଜ୍ୟର ସମସ୍ତ ବୁଥକୁ ବ୍ରେଲି ବ୍ୟାଲଟ୍ ପେପର୍ ପଠାଯିବ ଯେଉଁଠି ଦୃଷ୍ଟିହୀନମାନେ ନିଜ ମତାଧିକାର ସାବ୍ୟସ୍ତ କରିପାରିବେ। ନାମାଙ୍କନ ଦାଖଲ ପ୍ରକ୍ରିୟା ଚୂଡ଼ାନ୍ତ ହେବା ପରେ ଆବଶ୍ୟକ ବ୍ରେଲି ବ୍ୟାଲଟ୍ ଛପା ଆରମ୍ଭ ହେବ। ରାଜ୍ୟରେ ଦୁଇ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାରୁ ସେହି ଅନୁସାରେ ଯେଉଁଠି ଯେମିତି ଓ ଯେତେ ବ୍ରେଲି ବ୍ୟାଲଟ୍ ଆବଶ୍ୟକ ସେହି ଅନୁସାରେ ଛଡାଯିବ।
ଦୃଷ୍ଟିହୀନ ମତଦାତାଙ୍କୁ ନିଜ ମତାଧିକାର ସୁଯୋଗ ପ୍ରଦାନ ନିମନ୍ତେ ୧୯୮୬ରେ ସ୍ଥାପିତ ଏହି ବ୍ରେଲି ପ୍ରେସରେ ଛପାହେବ ୧୪୭ ବିଧାନସଭା ଓ ୨୧ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୦ ହଜାର ଲେଖାଏଁ ଡମି ବ୍ୟାଲଟ୍। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏସବୁ ଛପାଯିବ। ତେବେ କାର୍ଯ୍ୟ ତଥା ଦାୟିତ୍ବ ବୃଦ୍ଧି ଦୃଷ୍ଟିରୁ ଏହି ବ୍ରେଲି ପ୍ରେସରେ ୫ ଜଣ କର୍ମଚାରୀ କାର୍ଯ୍ୟରତ ଥିବା ବେଳେ ଅତିରିକ୍ତ ଭାବେ ଆଉ ୧୫ ଜଣଙ୍କୁ ଖାସ୍ କରି ନିର୍ବାଚନ କାର୍ଯ୍ୟ ସକାଶେ ନିୟୋଜିତ କରାଯିବ। ପ୍ରେସ୍ ସାଙ୍ଗକୁ କର୍ମଚାରୀମାନେ ଏବେ ଏଥିପାଇଁ ତତ୍ପର।
ପ୍ରକାଶ ଥାଉକି ନୂଆ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବାରୁ ଏହି ପ୍ରେସରେ ରାଜ୍ୟର ୫୫ଟି ଦୃଷ୍ଟିହୀନ ସ୍କୁଲର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ପୁସ୍ତକ ଛପା ହେଉଛି। ଏହା ଉପରେ ନିର୍ବାଚନ ହେବାକୁ ଥିବାରୁ ଡମି ବ୍ୟାଲଟ୍ ଖୁବ୍ କମ୍ ସମୟ ମଧ୍ୟରେ ତିଆରି କରିବାକୁ ହୁଏ। ତଥାପି ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସୂଚାରୁରୂପେ ତୁଲାଇ ଆସୁଛନ୍ତି ବ୍ରହ୍ମପୁର ବ୍ରେଲି ପ୍ରେସ୍ ଷ୍ଟାଫ୍। ତଥାପି ନିର୍ଭୂଲ ବ୍ରେଲି ବ୍ୟାଲଟ୍ ପେପର୍ ପ୍ରସ୍ତତି ସକାଶେ କଟକସ୍ଥିତ ସରକାରୀ ଛାପାଖାନାରୁ ୧୦ ଜଣ ଓ ରେଡକ୍ରସ୍ ଦୃଷ୍ଟିହୀନ ସ୍କୁଲରୁ ୩ ଜଣ ଏବଂ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ସ୍ପେଶାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚରୁ ୨ ଜଣ ଡେପୁଟେସନରେ ଆସି ଏଠାରେ ନିର୍ବାଚନ କାର୍ଯ୍ୟ ତୁଲାଇବେ। ବ୍ୟାଲଟରେ କ୍ରମିକ ସଂଖ୍ୟ, ପ୍ରାର୍ଥୀଙ୍କ ନିର୍ବାଚନ ଚିହ୍ନ, ଦଳର ନାମ, ନୋଟା ଆଦି ଉଲ୍ଲେଖ ରହି ବା ଛପା ହେବ। ଦୃଷ୍ଟିହୀନ ମତଦାତା ଏହାକୁ ଆଙ୍ଗୁଠିରେ ଛୁଇଁ ଇଭିଏମରେ ଭୋଟ ଦେବେ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କନିଷ୍ଠ ଯନ୍ତ୍ରୀଙ୍କୁ ଜେଲ୍
Next ArticleElections 2024: Former Minister Raghunath Mohanty Quits BJP
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
