News Room Odisha
BREAKING
Odia

ରାଜଧାନୀରେ ଫୁଲବାଣୀର ଶିଳ୍ପପତିଙ୍କ ସନ୍ଦେହଜନକ ମୃତ୍ୟୁ, ଗେଷ୍ଟ ହାଉସରୁ ମିଳିଲା ମୃତଦେହ

ଭୁବନେଶ୍ବର – ରାଜଧାନୀର ଏକ ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ। ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ଶିଳ୍ପପତି ତପନ ପ୍ରସାଦ ଆଚାର୍ଯ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଚପନ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀର ମାଲିକ ହୋଇଥିବା ଜଣାପଡିଛି। ଫୁଲବାଣୀ ସଦର ଥାନା ଲେଙ୍ଗର ସାହିରେ ତପନଙ୍କ ଘର । ସେ ମଙ୍ଗଳବାର ଦିନ କର୍ପୋରେଟ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ । ଶାନ୍ତି [...]

Admin•April 19, 2024
Share Article:

ଭୁବନେଶ୍ବର – ରାଜଧାନୀର ଏକ ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ। ମୈତ୍ରୀ ବିହାର ଥାନା ଅଞ୍ଚଳରେ ଥିବା ଶାନ୍ତି ଗେଷ୍ଟ ହାଉସରୁ ଶିଳ୍ପପତି ତପନ ପ୍ରସାଦ ଆଚାର୍ଯ୍ୟଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଚପନ ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀର ମାଲିକ ହୋଇଥିବା ଜଣାପଡିଛି। ଫୁଲବାଣୀ ସଦର ଥାନା ଲେଙ୍ଗର ସାହିରେ ତପନଙ୍କ ଘର । ସେ ମଙ୍ଗଳବାର ଦିନ କର୍ପୋରେଟ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ ।

ଶାନ୍ତି ଗେଷ୍ଟ ହାଉସରେ ଚେକ୍ ଇନ୍ କରି ୨୦୨ ନମ୍ବର ରୁମରେ ରହୁଥିଲେ ତପନ । ଗତକାଲି ତାଙ୍କ ମୃତଦେହ ମିଳିଥିବା ନେଇ ପୁଲିସ ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ କେମିତି ଶିଳ୍ପପତିଙ୍କ ମୃତ୍ୟୁ ହେଲା, ଏହା ହତ୍ୟା ନା ଆଉ କିଛି କାରଣ ରହିଛି ସେନେଇ କିଛି ସ୍ପଷ୍ଟ ହୋଇନାହିଁ।

#Odia#Odisha#News
Share Article:

Related Articles