News Room Odisha
BREAKING
Odia

ଅଶ୍ବିନ-କୁଲଦୀପଙ୍କ ଯାଦୁକରୀ ପ୍ରଦର୍ଶନ, ସିରିଜ୍ ବିଜୟରୁ ୧୫୨ ରନ୍ ଦୂରରେ ଭାରତ

ରାଞ୍ଚି: ସ୍ପିନ ଯୋଡ଼ି ଅଶ୍ବିନ ଓ କୁଲଦୀପଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଭାରତ ଚତୁର୍ଥ ଟେଷ୍ଟରେ ବିଜୟ ସୁଯୋଗ ସୃଷ୍ଟି କରିଛି । ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଦ୍ୱିତୀୟ ଇନିଂସରେ ଇଂଲଣ୍ଡକୁ ୧୪୫ ରନରେ ଆଉଟ୍ କରିଦେଇଛି। ଫଳରେ ଏହି ମ୍ୟାଚ୍ ସହ ସିରିଜ୍ ଜିତିବାକୁ ଭାରତ ଆଗରେ ୧୯୨ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଛି ।‌ ଏହାର ଜବାବରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ କୌଣସି ଓ୍ବିକେଟ୍ [...]

Admin•February 25, 2024
Share Article:

ରାଞ୍ଚି: ସ୍ପିନ ଯୋଡ଼ି ଅଶ୍ବିନ ଓ କୁଲଦୀପଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଭାରତ ଚତୁର୍ଥ ଟେଷ୍ଟରେ ବିଜୟ ସୁଯୋଗ ସୃଷ୍ଟି କରିଛି । ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଦ୍ୱିତୀୟ ଇନିଂସରେ ଇଂଲଣ୍ଡକୁ ୧୪୫ ରନରେ ଆଉଟ୍ କରିଦେଇଛି। ଫଳରେ ଏହି ମ୍ୟାଚ୍ ସହ ସିରିଜ୍ ଜିତିବାକୁ ଭାରତ ଆଗରେ ୧୯୨ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଛି ।‌ ଏହାର ଜବାବରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ କୌଣସି ଓ୍ବିକେଟ୍ ନ ହରାଇ ୪୦ ରନ୍ କରିନେଇଛି ‌। କ୍ୟାପଟେନ୍ ରୋହିତ ଶର୍ମା ୨୪ ଓ ଯଶସ୍ବୀ ଜୈସୱାଲ ୧୬ ରନ୍ କରି ଅପରାଜିତ ରହିଛନ୍ତି । ସମସ୍ତ ୧୦ ଓ୍ବିକେଟ୍ ଅକ୍ଷୁଣ୍ଣ ଥିବାବେଳେ ଭାରତକୁ ବିଜୟ ପାଇଁ ଆଉ ମାତ୍ର ୧୫୨ ରନ୍ ଦରକାର । ଯଦି ଭାରତ ଏହି ଟେଷ୍ଟ ମ୍ୟାଚ୍ ଜିତେ, ତେବ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜରେ ୩-୧ରେ ଅଗ୍ରଣୀ ହାସଲ କରିବ |

ପୂର୍ବରୁ ଭାରତ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର୍ ୨୧୯/୭ରୁ ଆଗକୁ ଖେଳିଥିବା ବେଳେ ଓ୍ବିକେଟ୍ କିପର ବ୍ୟାଟ୍ସମ୍ୟାନ ଧ୍ରୁବ ଜୁରେଲଙ୍କ ଲଢ଼ୁଆ ପାଳି ଓ ନିମ୍ନଭାଗ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ଅବଦାନ ସହାୟତାରେ ୩୦୭ ରନ୍ କରିଥିଲା । କ୍ୟାରିୟରର କେବଳ ଦ୍ବିତୀୟ ଟେଷ୍ଟ ଖେଳୁଥିବା ଜୁରେଲ ପ୍ରଶଂସନୀୟ ଧୈର୍ଯ୍ୟ ଓ ପରିପକ୍ବତା ଦେଖାଇଥିଲେ । ସେ ୧୪୬ ବଲରେ ୬ଟି ଚୌକା ଓ ୪ଟି ଛକା ସହାୟତାରେ ଗୁରୁତ୍ବପୂର୍ଣ୍ଣ ୯୦ ରନ୍ କରି ମ୍ୟାଚକୁ ଫେରିବା ପାଇଁ ଭାରତର ବାଟ ଫିଟାଇଥିଲେ । ଜୁରେଲ ଅଷ୍ଟମ ୱିକେଟରେ କୁଲଦୀପ (୨୮)ଙ୍କ ସହ ୭୫ ରନ୍ ଓ ନବମ ଓ୍ବିକେଟରେ ଆକାଶଦୀପ(୯)ଙ୍କ ସହ ୪୦ ରନ୍ ଯୋଗ କରିଥିଲେ । ଇଂଲଣ୍ଡ ପ୍ରଥମ ଇନିଂସ୍ ଭିତ୍ତିରେ କେବଳ ୪୬ ରନର‌ ଅଗ୍ରଣୀ ହାସଲ କରିଥିଲା ।

ତେବେ ଦ୍ବିତୀୟ ଇନିଂସରେ ଅଶ୍ବିନ ଓ କୁଲଦୀପ ଇଂଲଣ୍ଡ ବ୍ୟାଟରଙ୍କୁ ଘାଇଲା କରିଥିଲେ । ଭାରତ ପକ୍ଷରୁ ଅଶ୍ୱିନ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ କୁଲଦୀପ ଯାଦବ ୪ଟି ୱିକେଟ୍ ହାତେଇଥିଲେ । ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ନେଇଥିଲେ।

#Odia#Odisha#News
Share Article:

Related Articles