News Room Odisha
BREAKING
Odia

କରାପଲ୍ଲୀରେ ଜିଲ୍ଲା ସ୍ତରୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୧୦ତମ ପ୍ରତିଷ୍ଠା ଦିବସ; ସ୍ପାର୍କ ୨୦୨୪ ପାଳିତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କରାପଲ୍ଲୀ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଓଏଭିଏସର ୧୦ ତମ ପ୍ରତିଷ୍ଠା ଦିବସ ସ୍ପାର୍କ ୨୦୨୪/୨୫ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ମହା ଆଡମ୍ବରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ବିଭୁତି ଭୂଷଣ ଶତପଥୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଆୟୋଜିତ କାର୍ଯ୍ୟକ୍ରମର ପୂର୍ବାହ୍ନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ, ଉପ ସଭାପତି ସୁଶ୍ରୀ ରାଜେଶ୍ୱରୀ [...]

Admin•September 21, 2024
Share Article:

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ କରାପଲ୍ଲୀ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଓଏଭିଏସର ୧୦ ତମ ପ୍ରତିଷ୍ଠା ଦିବସ ସ୍ପାର୍କ ୨୦୨୪/୨୫ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ମହା ଆଡମ୍ବରରେ ପାଳିତ ହୋଇଯାଇଛି ।

ବିଦ୍ୟାଳୟର ଅଧକ୍ଷ ବିଭୁତି ଭୂଷଣ ଶତପଥୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଆୟୋଜିତ କାର୍ଯ୍ୟକ୍ରମର ପୂର୍ବାହ୍ନରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ, ଉପ ସଭାପତି ସୁଶ୍ରୀ ରାଜେଶ୍ୱରୀ ଦୋରା,ଜୋନ-୫୫ ଜିଲ୍ଲା ପରିଷଦ ସଭ୍ୟା ତପୋଇ ଦାସ, କରାପଲ୍ଲୀ ସରପଞ୍ଚ ମେନକା ରେଡ୍ଡୀ ପ୍ରମୁଖ ଦୀପ ପ୍ରଜ୍ବଳନ କରିବା ସହ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜ୍ଞାନ ସୁପ୍ରଭାଇଜର ରାମଚନ୍ଦ୍ର ମହାରଣା, ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଉପସ୍ଥିତ ଥିଲେ ।

ଉପସ୍ଥିତ ଥିବା ଅତିଥି ବୃନ୍ଦ ଜିଲ୍ଲା ଆଦର୍ଶ ବିଦ୍ୟାଳୟର ମହତ୍ୱ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିଷୟରେ ଆଲୋକପାତ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାର୍ଜନ କରିବା ପାଇଁ କଠିନ ପରିଶ୍ରମ କରି ଭବିଷ୍ୟତରେ ଜଣେ ଭଲ ମଣିଷ ଏବଂ ଉତ୍ତମ ନାଗରିକ ହୋଇ ଦେଶ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ଗଞ୍ଜାମ ଜିଲ୍ଲାର ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପୂର୍ବରୁ ଆୟୋଜିତ କରାଯାଇଥିବା ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରତିଯୋଗିତା କରାଯାଇଥିଲା l ଅପରାହ୍ନରେ ଉଦଯାପିତ ଅବସରରେ ମୁଖ୍ୟ ଅତିଥି ଭାବେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଅଂଶୁମାନ ମହାପାତ୍ର ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ନୋଡାଲ ଅଧ୍ୟକ୍ଷ ଅରୁଣ କୁମାର ପଟେଲ, କରାପଲ୍ଲୀ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଉପସ୍ଥିତ ରହି ପ୍ରତିଯୋଗୀତା ଓ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।

ଅନ୍ୟ ମାନଙ୍କ ମଧ୍ୟରେ ହିଞ୍ଜିଳି ବ୍ଳକ୍ ଆଦର୍ଶ ବିଦ୍ୟାଳୟର ଶିକ୍ଷୟିତ୍ରୀ ମିକି ମହାପାତ୍ର,ଭେଲେଣ୍ଟିନା ମେଡାମ, ରଶ୍ମିତା ବେହେରା,ଜାନକୀ ପ୍ରଧାନ,ଶିକ୍ଷକ ଅମ୍ବିକା ପ୍ରସାଦ ଦାଶ, ସୁଧାକର ବେହେରା, କରାପଲ୍ଲୀ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ,କର୍ମଚାରୀ ପ୍ରମୁଖଙ୍କ ସମେତ ବିଭିନ୍ନ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ପରବର୍ତ୍ତୀ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସଭା ଉତ୍ସବ ଶାନ୍ତିଶୃଙ୍ଖଳା ସହ କାର୍ଯ୍ୟ ଶେଷ ହୋଇଥିଲା

#Odia#Odisha#News
Share Article:

Related Articles