News Room Odisha
BREAKING
Odia

ରାଜ୍ୟରେ ବୈଧ ହେଲା ଚକବନ୍ଦୀ ଜମିର ବିକ୍ରି ଓ ହସ୍ତାନ୍ତର

ଭୁବନେଶ୍ୱର – ରାଜ୍ୟରେ ବୈଧ ହେଲା ଚକ ଜମିର ବିକ୍ରି ଓ ହସ୍ତାନ୍ତର। ଏହା ଦ୍ୱାରା ୮ ହଜାର ଗାଁର ଲକ୍ଷାଧିକ ଲୋକ ଉପକୃତ ହେବେ । ୧୯୭୨ର ଆଇନ ଅନୁସାରେ ପୂର୍ବରୁ ଏହି ପ୍ରକ୍ରିୟା ଅବୈଧ ଥିଲା । ଏବେ ଶୋଧିତ ଅଧିନିୟମ ନେଇ ଆଇନ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ବିକ୍ରି ହୋଇଥିବା ଚକ ଜମି ବି ଏବେ ବୈଧ ବୋଲି ଧରାଯିବ । ଚକ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ ପ୍ରକ୍ରିୟା [...]

Admin•January 4, 2024
Share Article:

ଭୁବନେଶ୍ୱର – ରାଜ୍ୟରେ ବୈଧ ହେଲା ଚକ ଜମିର ବିକ୍ରି ଓ ହସ୍ତାନ୍ତର। ଏହା ଦ୍ୱାରା ୮ ହଜାର ଗାଁର ଲକ୍ଷାଧିକ ଲୋକ ଉପକୃତ ହେବେ । ୧୯୭୨ର ଆଇନ ଅନୁସାରେ ପୂର୍ବରୁ ଏହି ପ୍ରକ୍ରିୟା ଅବୈଧ ଥିଲା । ଏବେ ଶୋଧିତ ଅଧିନିୟମ ନେଇ ଆଇନ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ବିକ୍ରି ହୋଇଥିବା ଚକ ଜମି ବି ଏବେ ବୈଧ ବୋଲି ଧରାଯିବ । ଚକ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ ପ୍ରକ୍ରିୟା ସ୍ଵଚ୍ଛ ଓ ପ୍ରତିବନ୍ଧକ ମୁକ୍ତ ହେବ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ପରେ ଚକବନ୍ଦୀ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ ପ୍ରତିବନ୍ଧକ ସମସ୍ୟାର ସମାଧାନ କରିବା ନିମନ୍ତେ ରାଜ୍ୟ ସରକାର ଅଣ୍ଟା ଭିଡ଼ିଥିଲେ।

ଏଠାରେ ସୂଚନାଯୋଗ୍ୟ ଓଡିଶା ଚକବନ୍ଦୀ ଓ ଭୂମିର ବିଭକ୍ତିକରଣ ନିବାରଣ ଅଧିନିୟମ, ୧୯୭୨ ଚକ ଜମିର ଖଣ୍ଡବିଖଣ୍ଡନକୁ ରୋକିଥାଏ ଏବଂ ଉକ୍ତ ଆଇନ ଉଲ୍ଲଂଘନ କରି କରାଯାଇଥିବା ଯେକୌଣସି ଜମି ହସ୍ତାନ୍ତରୀକରଣ କିମ୍ବା ବଣ୍ଟନ ବେଆଇନ ଥିଲା। ଏସବୁ ପ୍ରତିବନ୍ଧକ ଲୋକମାନଙ୍କର ଅଧିକାର ଉପରେ ପ୍ରତିକୂଳ ପ୍ରଭାବ ପକାଉଥିଲା ଏବଂ ସେମାନେ ଆବଶ୍ୟକ ସମୟରେ ନିଜ ଜମିର ବିକ୍ରୟ, ହସ୍ତାନ୍ତର, ବଣ୍ଟନ କରିବାରୁ ବଞ୍ଚିତ ହେଉଥ‌ିଲେ।

ଏହି ପ୍ରତିବନ୍ଧକ ଜମି ରେକର୍ଡଗୁଡିକର ସଂଶୋଧନରେ ପ୍ରତିବନ୍ଧକ ସୃଷ୍ଟି ସହ ଜମି ଦଖଲ ନିମନ୍ତେ ଭବିଷ୍ୟତରେ ମକଦ୍ଦମା ସୃଷ୍ଟି କରିବାରେ ଏକ ପ୍ରମୁଖ କାରଣ ହେଉଥିଲା। ଏହି ସମସ୍ୟାକୁ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ରାଜସ୍ଵ ଟାସ୍କଫୋର୍ସରେ ବିସ୍ତୃତ ଆଲୋଚନା କରାଯାଇଥିଲା ଓ ପରିବର୍ତ୍ତିତ ପରିସ୍ଥିତିରେ ଉକ୍ତ ଅଧିନିୟମକୁ ସଂଶୋଧନ କରିବା ନିମନ୍ତେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା, ଯାହା ପରେ ଓଡିଶା ବିଧାନ ସଭାରେ ପାରିତ ହୋଇ ବିଧି ବିଭାଗ ଦ୍ଵାରା ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ହୋଇଛି।

#Odia#Odisha#News
Share Article:

Related Articles