News Room Odisha
BREAKING
Odia

୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଭାଗବତ ଟୁଙ୍ଗୀ ପ୍ରଚାର ସମିତିର ଶହ ଶହ ସଦସ୍ୟ, ସହାୟତା ପାଇଁ ଜଣାଇଲେ କୃତଜ୍ଞତା

ଭୁବନେଶ୍ଵର -ରାଜ୍ୟରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସଂସ୍କୃତିର ପ୍ରସାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ରାଜ୍ୟର ପ୍ରତ୍ୟେକ ଭାଗବତ ଟୁଙ୍ଗୀକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ନିଷ୍ପତ୍ତି ନେଇଥିବାରୁ ରାଜ୍ୟର ଆଧ୍ୟାତ୍ମିକତା ଓ ସଂସ୍କୃତି ପ୍ରିୟ ଜନ ସାଧାରଣ ବେସ୍ ଖୁସି ଅଛନ୍ତି। ଆଜି ରାଜ୍ୟ ଭାଗବତ ଟୁଙ୍ଗୀ ପ୍ରଚାର ସମିତି ପକ୍ଷରୁ ସଭାପତି ବାବାଜୀ ସ୍ଵାଇଁ, ସମ୍ପାଦକ ଓ ଶହ ଶହ ସଦସ୍ୟ ଆଜି ନବୀନ ନିବାସ ଠାରେ ୫-ଟି ତଥା ନବୀନ [...]

Admin•March 14, 2024
Share Article:

ଭୁବନେଶ୍ଵର -ରାଜ୍ୟରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସଂସ୍କୃତିର ପ୍ରସାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ରାଜ୍ୟର ପ୍ରତ୍ୟେକ ଭାଗବତ ଟୁଙ୍ଗୀକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ନିଷ୍ପତ୍ତି ନେଇଥିବାରୁ ରାଜ୍ୟର ଆଧ୍ୟାତ୍ମିକତା ଓ ସଂସ୍କୃତି ପ୍ରିୟ ଜନ ସାଧାରଣ ବେସ୍ ଖୁସି ଅଛନ୍ତି।

ଆଜି ରାଜ୍ୟ ଭାଗବତ ଟୁଙ୍ଗୀ ପ୍ରଚାର ସମିତି ପକ୍ଷରୁ ସଭାପତି ବାବାଜୀ ସ୍ଵାଇଁ, ସମ୍ପାଦକ ଓ ଶହ ଶହ ସଦସ୍ୟ ଆଜି ନବୀନ ନିବାସ ଠାରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପଣ୍ଡିଆନଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହିତ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ପଦକ୍ଷେପ ଗ୍ରାମାଞ୍ଚଳର ଜନ ସାଧାରଣଙ୍କୁ ଆଧ୍ୟାତ୍ମିକତା ଦିଗରେ ପ୍ରେରିତ କରିବ ବୋଲି ସେମାନେ କହିଥିଲେ।

ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇ ୫-ଟି ଅଧ୍ୟକ୍ଷ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ ଆଧୁନିକତା ସହ ଆଧ୍ୟାତ୍ମିକତାର ପ୍ରସାର ଉପରେ ଗୁରୁତ୍ଵ ଦିଅନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ମଧ୍ୟ ଏହି ଲକ୍ଷ୍ୟ ରହିଛି। ଆପଣମାନେ ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଡ଼ିଶା ଗଠନ ଉଦ୍ୟମରେ ସହଯୋଗ କରନ୍ତୁ ବୋଲି ସେ ପ୍ରଚାର ସମିତିର ସଦସ୍ୟ ମାନଙ୍କୁ ଆହ୍ବାନ ଦେଇଥିଲେ।

#Odia#Odisha#News
Share Article:

Related Articles