News Room Odisha
BREAKING
Odia

ଅନ୍ତଃରାଜ୍ୟ ସୀମା ଚେକ୍ ଗେଟରୁ ବିପୁଳ ପରିମାଣର ମଦ ଜବତ

ବ୍ରହ୍ମପୁର: ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟ ଶ୍ରୀକାକୁଲମ ଜିଲ୍ଲା ନିକଟ ଅନ୍ତଃରାଜ୍ୟ ସୀମା ଚେକ୍ ଗେଟ ପାଖରୁ ବିପୁଳ ପରିମାଣର ମଦ ଜବତ କରିଛି ବ୍ରହ୍ମପୁର ପୋଲିସ। ୩୩୩୬.୨୪ ଲିଟର ବିଦେଶୀ ମଦ ଭରି ରହିଥିବା ୩୩୫ କାର୍ଟୁନ୍ ସହ ଓଡ଼ିଶାର ଏକ ପିକ୍ ଅପ୍ ଭ୍ୟାନ୍ ଜବତ କରିଛି ପୋଲିସ। ଏଥିରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ସାମୁଦ୍ରିକ ଥାନା ଅନ୍ତର୍ଗତ ପାତିସୁନାପୁର ଗ୍ରାମର ପି.ଗୋପୀ ନାମକ ବ୍ୟକ୍ତିକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏଥିରେ ସମ୍ପୃକ୍ତ ଅନ୍ୟ [...]

Admin•March 22, 2024
Share Article:

ବ୍ରହ୍ମପୁର: ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟ ଶ୍ରୀକାକୁଲମ ଜିଲ୍ଲା ନିକଟ ଅନ୍ତଃରାଜ୍ୟ ସୀମା ଚେକ୍ ଗେଟ ପାଖରୁ ବିପୁଳ ପରିମାଣର ମଦ ଜବତ କରିଛି ବ୍ରହ୍ମପୁର ପୋଲିସ। ୩୩୩୬.୨୪ ଲିଟର ବିଦେଶୀ ମଦ ଭରି ରହିଥିବା ୩୩୫ କାର୍ଟୁନ୍ ସହ ଓଡ଼ିଶାର ଏକ ପିକ୍ ଅପ୍ ଭ୍ୟାନ୍ ଜବତ କରିଛି ପୋଲିସ। ଏଥିରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ ସାମୁଦ୍ରିକ ଥାନା ଅନ୍ତର୍ଗତ ପାତିସୁନାପୁର ଗ୍ରାମର ପି.ଗୋପୀ ନାମକ ବ୍ୟକ୍ତିକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ କାବୁ କରିବାକୁ ତଲାସୀ ଚଳାଇଛି ପୋଲିସ।

ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍ ପ୍ରେସ୍ ବିବୃତିରେ ଉଲ୍ଲେଖଛନ୍ତି ଯେ- ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ସାରିବା ଦୃଷ୍ଟିରୁ ପଡୋଶୀ ରାଜ୍ୟର ପୋଲିସ ସହ ଓଡ଼ିଶା ତଥା ବ୍ରହ୍ମପୁର ପୋଲିସର ସମନ୍ୱୟ ବୈଠକ ହୋଇଥିଲା। ଶ୍ରୀକାକୁଲମ ଓ ବ୍ରହ୍ମପୁର ଏସପି ଆଲୋଚନା କରି ରଣନୀତି ନିର୍ଦ୍ଧାରଣ କରାଯାଇଛି। ଯେପରି ଗୋଟିଏ ରାଜ୍ୟର ଅପରାଧୀ ଅନ୍ୟ ରାଜ୍ୟକୁ ଖସି ଆତ୍ମଗୋପନ କରି ନପାରିବେ, ଦୁଇ ରାଜ୍ୟର ସୀମାବର୍ତ୍ତୀ ଅଞ୍ଚଳରେ ବେଆଇନ କାର୍ଯ୍ୟକୁ ରୋକିହେବ, ଅର୍ଥ- ଅସ୍ତ୍ରଶସ୍ତ୍ର- ମଦ ଆଦି ବେଆଇନ ଚାଲାଣକୁ ବନ୍ଦ କରିହେବ ସେ ନେଇ ରଣନୀତି ଧାର୍ଯ୍ୟ କରାଯାଇଛି। ଆଦର୍ଶ ଆଚରଣ ବିଧି ଲାଗୁ ପରେ ଦୁଇ ରାଜ୍ୟ ତଥା ବ୍ରହ୍ମପୁର ଓ ଶ୍ରୀକାକୁଲମ ପୋଲିସ ଜିଲ୍ଲାର ସୀମାବର୍ତ୍ତୀ ଇଲାକାରେ ଚେକ୍ ଗେଟ୍ ସ୍ଥାପନ କରାଯାଇଛି। ୨୪ ଘଣ୍ଟା କାଳ ଗାଡ଼ି ମୋଟର ଯାଞ୍ଚ କରାଯାଉଛି।

ସାମୁଦ୍ରିକ ଥାନା ପୋଲିସ ଏସ୍ଆଇ ଅତିଥି ନାୟକଙ୍କ ତତ୍ତ୍ଵାବଧାନରେ ଯାଞ୍ଚ ବେଳେ ସନ୍ଦେହଜନକ ଅବସ୍ଥାରେ ଆସୁଥିବା ଏକ ପିକ୍ ଅପ୍ ଭ୍ୟାନ୍ ଅଟକାଇ ଯାଞ୍ଚ କରାଯାଇଥିଲା। ସେଥିରୁ ୧୦୫୩ ଲିଟର ବିଦେଶୀ ମଦ ଜବତ କରାଯାଇ ଥିଲା। ଏସବୁ ଆନ୍ଧ୍ରପ୍ରଦେଶ ପଟକୁ ଚାଲାଣ କରାଯାଉଥିଲା। ଅଭିଯୁକ୍ତକୁ ପଚରାଉଚରା ପରେ ମିଳିଥିବା ତଥ୍ୟ ଆଧାରରେ ସଦର ଏସଡିପିଓ ଶୁଭ୍ରାଂଶୁ ପରିଡ଼ାଙ୍କ ନେତୃତ୍ୱରେ ଗୋଳନ୍ଥରା ଥାନା ଅନ୍ତର୍ଗତ ରାମେୟାପାଟଣା ଗାଁର ଏକ ତାଲା ବନ୍ଦ ଘରୁ ଆହୁରି ମଦ ଜବତ କରାଯାଇଥିଲା। ଆଗକୁ ମଧ୍ୟ ଏଭଳି ସତର୍କତା ଜାରି ରହିବ ଓ ପୋଲିସ ସତର୍କ ନଜର ରଖିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି।

#Odia#Odisha#News
Share Article:

Related Articles