News Room Odisha
BREAKING
Odia

ଆଗାମୀ ତିନି ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡ଼ି ଓ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର – ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡିଶାର କିଛି ଜିଲ୍ଲାରେ କୋହଲା ପାଗ ଜାରି ରହିଛି । କିଛି ଜିଲ୍ଲାରେ ଘନ କୁହୁଡି ମଧ୍ୟ ଦେଖାଯାଇଛି । ଗୁରୁଚାପ ପ୍ରଭାବ ଯୋଗୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ଭିତରକୁ ପ୍ରବେଶ କରୁଥିବାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ଘନକୁହୁଡି ଦୃଶ୍ୟମାନ ହେବା ସହ ଆଉ କିଛି ସ୍ଥାନରେ ହାଲୁକା [...]

Admin•January 19, 2024
Share Article:

ଭୁବନେଶ୍ବର – ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡିଶାର କିଛି ଜିଲ୍ଲାରେ କୋହଲା ପାଗ ଜାରି ରହିଛି । କିଛି ଜିଲ୍ଲାରେ ଘନ କୁହୁଡି ମଧ୍ୟ ଦେଖାଯାଇଛି । ଗୁରୁଚାପ ପ୍ରଭାବ ଯୋଗୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ଭିତରକୁ ପ୍ରବେଶ କରୁଥିବାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ଘନକୁହୁଡି ଦୃଶ୍ୟମାନ ହେବା ସହ ଆଉ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।ବିଶେଷକରି ଦକ୍ଷିଣ ଓଡିଶାରେ କିଛି ଜିଲ୍ଲାରେ ଘନ କୁହୁଡି ପରିଲକ୍ଷିତ ଥିବାରୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର । ଆଜି ଭୋରରୁ ବଲାଙ୍ଗୀର, ନୟାଗଡ, କଟକ ସମେତ ୫ଟି ସ୍ଥାନରେ ଘନକୁହୁଡି ପରିଲକ୍ଷିତ ହୋଇଥିଲା ।
ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ମୟୂରଭଞ୍ଜ ଜାମଡାରେ ସର୍ବାଧିକ ୩୨ ମିଲିମିଟର ଓ କେନ୍ଦୁଝରର ଯୋଡ଼ାରେ ୨୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେବେ ଆସନ୍ତା ୭ଦିନ ଯାଏ ତାପମାତ୍ରାରେ କୌଣସି ବୃଦ୍ଧି ହେବାର ସମ୍ଭାବନା ନାହିଁ ଓ ଶୀତ କମ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

#Odia#Odisha#News
Share Article:

Related Articles