News Room Odisha
BREAKING
Odia

ଇସ୍ରାଏଲ ଉପରେ ୨୦୦ ମିସାଇଲ୍ ଓ ଡ୍ରୋନ୍ ଦାଗିଲା ଇରାନ

ତେଲ ଅଭିଭ୍: ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ। ଇରାନ ସେନା ଇସ୍ରାଏଲ ଉପରେ ପ୍ରାୟ ୨୦୦ ଡ୍ରୋନ୍ ଏବଂ ମିସାଇଲ ସହ ଆକ୍ରମଣ‌ କରିଛି। ଶନିବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାର ସେନା କିଛି ଡ୍ରୋନକୁ ଗୁଳିକରି ଖସାଇ ଦେଇଥିଲା । ଏହାଛଡ଼ା ଇସ୍ରାଏଲର ଆଇରନ୍ ଡୋମ୍ ମଧ୍ୟ ଇରାନର ଅନେକ ମିସାଇଲକୁ ନିଷ୍ପ୍ରଭ କରି ଦେଇଥିଲା। ଇରାନର ମିସାଇଲ ଓ ଡ୍ରୋନ ଆକ୍ରମଣରେ ଇସ୍ରାଏଲର [...]

Admin•April 14, 2024
Share Article:

ତେଲ ଅଭିଭ୍: ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ। ଇରାନ ସେନା ଇସ୍ରାଏଲ ଉପରେ ପ୍ରାୟ ୨୦୦ ଡ୍ରୋନ୍ ଏବଂ ମିସାଇଲ ସହ ଆକ୍ରମଣ‌ କରିଛି। ଶନିବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଥିବା ଇସ୍ରାଏଲ୍ ସେନା ପକ୍ଷରୁ ସୂଚନା ଦିଆଯାଇଛି। ଆମେରିକାର ସେନା କିଛି ଡ୍ରୋନକୁ ଗୁଳିକରି ଖସାଇ ଦେଇଥିଲା । ଏହାଛଡ଼ା ଇସ୍ରାଏଲର ଆଇରନ୍ ଡୋମ୍ ମଧ୍ୟ ଇରାନର ଅନେକ ମିସାଇଲକୁ ନିଷ୍ପ୍ରଭ କରି ଦେଇଥିଲା।

ଇରାନର ମିସାଇଲ ଓ ଡ୍ରୋନ ଆକ୍ରମଣରେ ଇସ୍ରାଏଲର ସାମରିକ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି। ଜଣେ ବାଳିକା ମଧ୍ୟ ଆହତ ହୋଇଥିବା ଇସ୍ରାଏଲ୍ ସେନା କହିଛି ।

ଇସ୍ରାଏଲ୍ ଗଣମାଧ୍ୟମ ରିପୋର୍ଟ ମୁତାବକ ଇରାନ ଦ୍ବାରା ନିକ୍ଷେପ କିଛି ଡ୍ରୋନ୍ ଓ ମିସାଇଲକୁ ସିରିଆ ଏବଂ ଜୋର୍ଡାନରେ ଗୁଳିକରି ଖସାଇ ଦିଆଯାଇଛି।

ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ମଧ୍ୟପ୍ରାଚ୍ୟ ପୁଣି ରକ୍ତ ରଞ୍ଜିତ ହେବା ଆଶଙ୍କା ବଢ଼ିଛି। ଇସ୍ରାଏଲ ଉପରେ ଇରାନର ଆକ୍ରମଣ ନେଇ ଆମେରିକା ଓ ଜାତିସଂଘ ଚିନ୍ତା ପ୍ରକଟ କରିଛନ୍ତିି।

ସୂଚନାଯୋଗ୍ୟ, ଏପ୍ରିଲ ୧ରେ ଇସ୍ରାଏଲ ସିରିଆର ଇରାନ ଦୂତାବାସ ନିକଟରେ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ଇରାନର ଦୁଇଜଣ ବରିଷ୍ଠ ସେନା କମାଣ୍ଡରଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଇରାନ ପ୍ରତିଶୋଧ ନେବାକୁ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲା।‌ ଗତକାଲି ଇରାନ ସେନା ଇସ୍ରାଏଲର ଏକ ଜାହାଜକୁ ମଧ୍ୟ ଜବତ କରିଥିଲା। ଏହି ଜାହାଜରେ ୧୭ ଜଣ ଭାରତୀୟ ଥିଲେ ।

#Odia#Odisha#News
Share Article:

Related Articles