News Room Odisha
BREAKING
Odia

ସମ୍ବଲପୁରରେ ସୁନା ଦୋକାନୀଙ୍କୁ ଗୁଳିମାଡ

ସମ୍ବଲପୁର: ଆଜି ଦ୍ବିପହରରେ ସମ୍ବଲପୁର ସହରର ବ୍ୟସ୍ତବହୁଳ ଧନୁପାଲିରେ ଜଣେ ସୁନା ଦୋକାନୀଙ୍କୁ ଗୁଳିମାଡ ହୋଇଛି। ଏଥିରେ ଦୋକାନୀ ସୁଜିତ ସ୍ବର୍ଣକାର ଗୁରୁତର ଆହତ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନାମତେ, ଆଜି ଅପରାହ୍ନ ପ୍ରାୟ ଅଢେଇ ଟା ବେଳକୁ ପାୟଲ ଜ୍ବେଲେରୀକୁ ୬ ଜଣ ଦୁର୍ବୃତ୍ତ ଆସିଥିଲେ। ବାହାରେ ୩ ଜଣ ଥିବା ବେଳେ ଆଉ ୩ ଜଣ ଭିତରକୁ ପଶିଥିଲେ। ଏହି ସମୟରେ ଭିତରେ ଅଳଙ୍କାର ଲୁଟ ବେଳେ ପ୍ରତିବାଦ କରିବାରୁ ସୁଜିତଙ୍କୁ ଜଣେ ଦୁର୍ବୃତ୍ତ [...]

Admin•February 16, 2024
Share Article:

ସମ୍ବଲପୁର: ଆଜି ଦ୍ବିପହରରେ ସମ୍ବଲପୁର ସହରର ବ୍ୟସ୍ତବହୁଳ ଧନୁପାଲିରେ ଜଣେ ସୁନା ଦୋକାନୀଙ୍କୁ ଗୁଳିମାଡ ହୋଇଛି। ଏଥିରେ ଦୋକାନୀ ସୁଜିତ ସ୍ବର୍ଣକାର ଗୁରୁତର ଆହତ ହୋଇଥିବା ଜଣାପଡିଛି। ପ୍ରାପ୍ତ ସୂଚନାମତେ, ଆଜି ଅପରାହ୍ନ ପ୍ରାୟ ଅଢେଇ ଟା ବେଳକୁ ପାୟଲ ଜ୍ବେଲେରୀକୁ ୬ ଜଣ ଦୁର୍ବୃତ୍ତ ଆସିଥିଲେ। ବାହାରେ ୩ ଜଣ ଥିବା ବେଳେ ଆଉ ୩ ଜଣ ଭିତରକୁ ପଶିଥିଲେ। ଏହି ସମୟରେ ଭିତରେ ଅଳଙ୍କାର ଲୁଟ ବେଳେ ପ୍ରତିବାଦ କରିବାରୁ ସୁଜିତଙ୍କୁ ଜଣେ ଦୁର୍ବୃତ୍ତ ଗୁଳିମାଡ କରିଥିଲା। ଏଥିରେ ସୁଜିତଙ୍କ ଅଣ୍ଟାରେ ଗୋଟିଏ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲକୁ ପଠାଯାଇଥିଲା। ତେବେ, ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ବର ସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ଛାନଭିନ କରୁଛି।

#Odia#Odisha#News
Share Article:

Related Articles