News Room Odisha
BREAKING
Odia

ଓଡ଼ିଶାର ଦୁଇ ବର୍ଷିୟାନ ଲୋକନୃତ୍ୟ କଳାକାରଙ୍କ ସମେତ ୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ – ଘୋଷଣା ହୋଇଛି ପଦ୍ମ ସମ୍ମାନ। ଓଡ଼ିଶାର ଦୁଇ ବର୍ଷିୟାନ ଲୋକନୃତ୍ୟ କଳାକାରଙ୍କ ସମେତ ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ଗଞ୍ଜାମ ଜିଲ୍ଲାର ଲୋକନୃତ୍ୟ କୃଷ୍ଣଲୀଳାର ୧୦୭ ବର୍ଷିୟ ସଙ୍ଗୀତକାର ଗୋପୀନାଥ ସ୍ୱାଇଁଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ ।ବରଗଡ଼ ଜିଲ୍ଲାର ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ମିଳିବ। ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ହେଉଛନ୍ତି ଭାଗବତ ପ୍ରଧାନ। କଳା କ୍ଷେତ୍ରରେ ଓଡ଼ିଶାର ଆଉ ଦୁଇ ଜଣ ମଧ୍ୟ ପଦ୍ମଶ୍ରୀ ସମ୍ମାନ ପାଇବେ [...]

Admin•January 25, 2024
Share Article:

ନୂଆଦିଲ୍ଲୀ – ଘୋଷଣା ହୋଇଛି ପଦ୍ମ ସମ୍ମାନ। ଓଡ଼ିଶାର ଦୁଇ ବର୍ଷିୟାନ ଲୋକନୃତ୍ୟ କଳାକାରଙ୍କ ସମେତ ୪ ଜଣଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ଗଞ୍ଜାମ ଜିଲ୍ଲାର ଲୋକନୃତ୍ୟ କୃଷ୍ଣଲୀଳାର ୧୦୭ ବର୍ଷିୟ ସଙ୍ଗୀତକାର ଗୋପୀନାଥ ସ୍ୱାଇଁଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ ।ବରଗଡ଼ ଜିଲ୍ଲାର ଭାଗବତ ପ୍ରଧାନଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାର ମିଳିବ। ଲୋକନୃତ୍ୟ ‘ଶଦ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ହେଉଛନ୍ତି ଭାଗବତ ପ୍ରଧାନ। କଳା କ୍ଷେତ୍ରରେ ଓଡ଼ିଶାର ଆଉ ଦୁଇ ଜଣ ମଧ୍ୟ ପଦ୍ମଶ୍ରୀ ସମ୍ମାନ ପାଇବେ । ସେମାନେ ହେଲେ ବିନୋଦ ମହାରଣା ଓ ବିନୋଦ ପଶାୟତ। ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଆଜି ପଦ୍ମ ସମ୍ମାନ ଘୋଷଣା କରାଯାଇଛି।

#Odia#Odisha#News
Share Article:

Related Articles