News Room Odisha
BREAKING
Odia

ଷୋଡ଼ଶ ବିଧାନସଭାର ଶେଷ ଅଧିବେଶନର ସ୍ମୃତି : ବିଧାୟକମାନଙ୍କ ଗ୍ରୁପ୍ ଫଟୋ

ଭୁବନେଶ୍ବର – ଷୋଡଶ ବିଧାନସଭାର ଶେଷ ଅଧିବେଶନରେ ସମସ୍ତ ବିଧାୟକଙ୍କ ଗ୍ରୁପ୍ ଫଟୋ ଉଠାଯାଇଛି । ଗୋଟିଏ ଫଟୋ ଫ୍ରେମ୍‌ରେ ଦେଖିବାକୁ ମିଳିଛି ଶାସକ ଓ ବିରୋଧୀ ବିଧାୟକଙ୍କୁ। ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସହିତ ମନ୍ତ୍ରୀ ଓ ବିଧାୟକମାନେ ଆଜି ଫଟୋ ଉଠାଇଛନ୍ତି । ପରସ୍ପରକୁ ଆଗାମୀ ରାଜନୈତିକ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଅନେକ ବିଧାୟକ ଭାବବିହ୍ୱଳ ହୋଇଛନ୍ତି। ଆଉ ନିର୍ବାଚନ ନ ଲଢିବାକୁ ଘୋଷଣା କରିଥିବା କଂଗ୍ରେସ ବିଧାୟକ ଦଳ ନେତା [...]

Admin•February 9, 2024
Share Article:

ଭୁବନେଶ୍ବର – ଷୋଡଶ ବିଧାନସଭାର ଶେଷ ଅଧିବେଶନରେ ସମସ୍ତ ବିଧାୟକଙ୍କ ଗ୍ରୁପ୍ ଫଟୋ ଉଠାଯାଇଛି । ଗୋଟିଏ ଫଟୋ ଫ୍ରେମ୍‌ରେ ଦେଖିବାକୁ ମିଳିଛି ଶାସକ ଓ ବିରୋଧୀ ବିଧାୟକଙ୍କୁ। ମୁଖ୍ୟମନ୍ତ୍ରୀ ଓ ବାଚସ୍ପତିଙ୍କ ସହିତ ମନ୍ତ୍ରୀ ଓ ବିଧାୟକମାନେ ଆଜି ଫଟୋ ଉଠାଇଛନ୍ତି । ପରସ୍ପରକୁ ଆଗାମୀ ରାଜନୈତିକ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଅନେକ ବିଧାୟକ ଭାବବିହ୍ୱଳ ହୋଇଛନ୍ତି।

ଆଉ ନିର୍ବାଚନ ନ ଲଢିବାକୁ ଘୋଷଣା କରିଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ତାଙ୍କ ପାଇଁ ବିଧାନସଭା ସବୁବେଳେ ସ୍ମରଣୀୟ ହୋଇ ରହିବ। ଆସନ୍ତା ନିର୍ବାଚନରେ ମୁଁ ଲଢିବିନି। ବିଧାନସଭାରୁ ବହୁତ କିଛି ଶିଖିଛି। ତେଣୁ ଏହି ଶେଷ ଅଧିବେଶନ ସବୁବେଳେ ସ୍ମରଣୀୟ ହୋଇ ରହିବ।  ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, ଫଟୋ ସେସନରେ ସବୁ ବିଧାୟକ ଏକତ୍ରିତ ହୋଇଥିଲେ। ସମସ୍ତେ ଉତ୍ସାହିତ ଥିଲେ।ପ୍ରଥମ ମହିଳା ବାଚସ୍ପତି ଭାବେ ଭଲ ଅନୁଭୂତି ପାଇଛନ୍ତି ବୋଲି ପ୍ରମିଳା କହିଛନ୍ତି।

#Odia#Odisha#News
Share Article:

Related Articles