News Room Odisha
BREAKING
Odia

ଉତ୍କଳ ଦିବସ ଅବସରରେ ଗୋପବନ୍ଧୁଙ୍କ ଜନ୍ମପୀଠରେ କାର୍ତ୍ତିକ ପାଣ୍ଡିଆନ : ସୁଆଣ୍ଡୋରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା

ଭୁବନେଶ୍ୱର – ଉତ୍କଳ ଦିବସ ଅବସରରେ ଓଡ଼ିଆ ଜାତିର ପୁଣ୍ୟ ସମର୍ପଣର ପୀଠ ସତ୍ୟବାଦୀ ବ୍ଲକ ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରିଛନ୍ତି ନବୀନ ଓଡ଼ିଶା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋରେ ପହଞ୍ଚିଲା ପରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଯେଉଁ ମହାନ ଯୁଗ ପୁରୁଷମାନଙ୍କ ତ୍ୟାଗ ଫଳରେ ଆଜି ଦିନରେ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା ସେହି [...]

Admin•April 1, 2024
Share Article:

ଭୁବନେଶ୍ୱର – ଉତ୍କଳ ଦିବସ ଅବସରରେ ଓଡ଼ିଆ ଜାତିର ପୁଣ୍ୟ ସମର୍ପଣର ପୀଠ ସତ୍ୟବାଦୀ ବ୍ଲକ ଗୋପବନ୍ଧୁଙ୍କ ଏନ୍ତୁଡ଼ିଶାଳ ସୁଆଣ୍ଡୋ ଗ୍ରାମ ପରିଦର୍ଶନ କରିଛନ୍ତି ନବୀନ ଓଡ଼ିଶା ତଥା ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋରେ ପହଞ୍ଚିଲା ପରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଯେଉଁ ମହାନ ଯୁଗ ପୁରୁଷମାନଙ୍କ ତ୍ୟାଗ ଫଳରେ ଆଜି ଦିନରେ ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା ସେହି ମହାମନିଷୀମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେହି ମହାନ ଯୁଗ ପୁରୁଷମାନେ ଦଶନ୍ଧି ଦଶନ୍ଧି ଧରି ଓଡ଼ିଆ ଜାତିକୁ ପ୍ରେରଣା ଦେଉଛନ୍ତି ବୋଲି ପାଣ୍ଡିଆନ ମତ ପ୍ରକାଶ କରିଥିଲେ । ସୁଆଣ୍ଡୋରୁ ଫେରିବା ବାଟରେ ସେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘର ପରିଦର୍ଶନ କରିବା ସହିତ ଗୋପବନ୍ଧୁଙ୍କ ସ୍ମୃତିରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅଭିଳଷିତ ଓଡ଼ିଶା ଗଠନର ସଂକଳ୍ପ ପୂଜ୍ୟପୂଜା ସହିତ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତିର ନବଜାଗରଣ ପାଇଁ ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଜନ୍ମ କର୍ମ ଭୂମି ସୁଆଣ୍ଡୋର ବିକାଶ ପାଇଁ ରାଜ୍ୟ ସରକାର ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ।

ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏ ଜାତି ପ୍ରତି ସମର୍ପଣ ଓ ଅସୀମ ତ୍ୟାଗକୁ ଆମର ଉତ୍ତର ପୀଢ଼ି ପାଖରେ ପହଞ୍ଚାଇବା ପାଇଁ ସୁଆଣ୍ଡୋ ଗ୍ରାମର ସାମଗ୍ରିକ ବିକାଶ , ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଷଠିଘରର ସଂରକ୍ଷଣ , ଜୀବନ ବୃତ୍ତାନ୍ତକୁ ଅତ୍ୟନ୍ତ ନିଖୁଣ ଭାବରେ ପ୍ରତିପାଦିତ କରାଯାଇ ପାରିଛି । କାର୍ତ୍ତିକ ପାଣ୍ଡିଆନ ତାଙ୍କ ଗସ୍ତ ସମୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଅଣନାତି ଧୀରେନ୍ଦ୍ର ନାଥ ଦାସ ଓ ରବିନ୍ଦ୍ରନାଥ ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତକାର କରି ସୁଆଣ୍ଡୋ ଗ୍ରାମର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

ଏହି ଗସ୍ତ ସମୟରେ ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା , ସୁଆଣ୍ଡୋ ଗ୍ରାମରେ ପ୍ରଭୁ ଲୋକେଶ୍ଵରଙ୍କ ମନ୍ଦିର ବେଢ଼ାରେ ରୋଷଘର , ବଳପୁରଠାରେ ପ୍ରଭୁ ବାବା ବାଲୁଙ୍କେଶ୍ଵର ପୀଠର ବିକାଶକୁ ତ୍ବରାନ୍ବିତ କରିବା ପାଇଁ ୫-ଟି ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ । ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ହେବାର ଆଜି ଏହି ପୂଣ୍ୟ ତିଥିରେ ମହାନ ଯୁଗ ପୁରୁଷମାନଙ୍କ ପ୍ରତି ଦାସବର୍ମା ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଆଜିର ଯୁବ ପୀଢି ସେହି ମହାନ ସମାଜ ସଂସ୍କାରକ ମାନଙ୍କ ପ୍ରଦର୍ଶିତ ମାର୍ଗରେ ପ୍ରେରିତ ହେବା ପାଇଁ ଆଜିର ଦିନରେ ସଂକଳ୍ପ ନେବା ପାଇଁ ଆହ୍ବାନ ଦେଇଥିଲେ । ଏହି ଗ୍ରସ୍ତ ସମୟରେ ସତ୍ୟବାଦୀ ପଞ୍ଚାୟତ ସମିତିର ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଉପାଧ୍ୟକ୍ଷା ନିବେଦିତା ପାତ୍ର , ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରା , ବରିଷ୍ଠ ନେତୃତ୍ବ ପ୍ରମୋଦ ରାଉତରାୟ , ଦେବାଶିଷ ରାୟ , ସତ୍ୟବାଦୀ ଆତ୍ମା କମିଟିର ଅଧ୍ୟକ୍ଷ ମହମ୍ମଦ ଜିକିରିୟା , ସ୍ଥାନୀୟ ବିଦ୍ୟାଧରପୁର ପଞ୍ଚାୟତ ସରପଞ୍ଚ ଦୁଃଶାସନ ପ୍ରଧାନ , ସମିତି ସଭ୍ୟ ପ୍ରଫୁଲ୍ଲ ପ୍ରଧାନ ପ୍ରମୁଖ ଅଞ୍ଚଳବାସୀଙ୍କ ତରଫରୁ କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

#Odia#Odisha#News
Share Article:

Related Articles