News Room Odisha
BREAKING
Odia

ପିପିଲି, ଡେଲାଙ୍ଗରେ କାର୍ତ୍ତିକ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର

ଭୁବନେଶ୍ୱର – ବିଜେଡିର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ବିଜେପିର ନେତାମାନଙ୍କୁ ପୁଣି ଥରେ ଟୁରିଷ୍ଟ ବୋଲି କହି ଟାର୍ଗେଟ କରିଛନ୍ତି । ଆଜି ପିପିଲି ଡେଲାଙ୍ଗରେ ନିର୍ବାଚନ ପ୍ରଚାର କରି ପାଣ୍ଡିଆନ କହିଛନ୍ତି ଯେ, ବିଜେପି ନେତା ସବୁ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର ବୁଲି ଯିବା ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବା ସହ ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି ।ଓଡ଼ିଶାବାସୀ ସେମାନଙ୍କୁ ଉଚିତ ଜବାବ୍‍ ଦେବେ। ସାରା ଭାରତ ବର୍ଷ ଜାଣିଛି [...]

Admin•May 18, 2024
Share Article:

ଭୁବନେଶ୍ୱର – ବିଜେଡିର ତାରକା ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ବିଜେପିର ନେତାମାନଙ୍କୁ ପୁଣି ଥରେ ଟୁରିଷ୍ଟ ବୋଲି କହି ଟାର୍ଗେଟ କରିଛନ୍ତି । ଆଜି ପିପିଲି ଡେଲାଙ୍ଗରେ ନିର୍ବାଚନ ପ୍ରଚାର କରି ପାଣ୍ଡିଆନ କହିଛନ୍ତି ଯେ, ବିଜେପି ନେତା ସବୁ ଟୁରିଷ୍ଟ ଭଳି ଆସୁଛନ୍ତି, ସମୁଦ୍ରକୂଳ, ଜଗନ୍ନାଥ ମନ୍ଦିର ବୁଲି ଯିବା ବଦଳରେ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରିବା ସହ ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି ।ଓଡ଼ିଶାବାସୀ ସେମାନଙ୍କୁ ଉଚିତ ଜବାବ୍‍ ଦେବେ।

ସାରା ଭାରତ ବର୍ଷ ଜାଣିଛି ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ଷଷ୍ଠଥର ପାଇଁ ଶପଥ ନେବେ । ଶପଥ ନେବା ପରେ ୧- ବିଜୁଳି ଛାଡ଼୍‍, ୨ – ସମସ୍ତଙ୍କୁ ବି.ଏସ୍‍.କେ.ୱାଇରେ ସାମିଲ (ସରକାରୀ କର୍ମଚାରୀ, ଆଶା, ଅଙ୍ଗନବାଡ଼ୀ କର୍ମୀ) କରାଯିବା, ୩ – ମିଶନଶକ୍ତି ସଭ୍ୟ ଓ କର୍ମୀମାନଙ୍କ ପାଇଁ ପେନ୍‍ସନ୍‍, ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତିରେ ଦସ୍ତଖତ କରିବେ ବୋଲି ପାଣ୍ଡିଆନ କହିଛନ୍ତି।

ନିର୍ବାଚନ ପରେ ଡେଲାଙ୍ଗ, ପିପିଲିକି ସେ ଆସିବେ ଏବଂ ବିକାଶ କାମ ଡବଲ ସ୍ପିଡରେ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପାଣ୍ଡିଆନ।

ମଙ୍ଗଳପୁର, ପିପିଲିରେ ଲୋ ଭୋଲଟେଜ୍‍ ସମସ୍ୟା ଦୂର ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ସୂଚନା ଦେଇଥିଲେ ପାଣ୍ଡିଆନ । ପିପିଲି ହସ୍ତଶିଳ୍ପର ବିକାଶ ପାଇଁ ୧୨.୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି, ଏହାଦ୍ୱାରା କାରିଗରମାନଙ୍କର ରୋଜଗାର ବଢ଼ିବ ଓ ଏ ଅଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ବଢ଼ିବ ।ଦାଣ୍ଡମୁକୁନ୍ଦପୁର ଗୋପୀନାଥ ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଫନୀ ବାତ୍ୟାରେ ଘର ନଷ୍ଟ ହୋଇଯାଇଥିବା ଲୋକମାନଙ୍କୁ ଘର ଦିଆଯିବ, ଓଡ଼ିଶାର ଆର୍ଲଟମେଣ୍ଟ, ଆପଣମାନଙ୍କର ଘର ଆର୍ଲଟମେଣ୍ଟ କେନ୍ଦ୍ର ସରକାର ବାତିଲ କରିଥିଲେ ମଧ୍ୟ ନବୀନ ବାବୁ ଆପଣମାନଙ୍କୁ ଘର ଦେବେ । ଅରୂପ ପଟ୍ଟନାୟକ ପିପିଲି ଡେଲାଙ୍ଗ ମାଟିର ପୁଅ ସୁଦୂର ମୁମ୍ୱାଇରେ କ୍ୟାନସର ରୋଗୀମାନଙ୍କୁ ସେବା ଯୋଗାଇ ଦେବାରେ ଆନ୍ତରିକାର ସହ କାମ କରି ଆସୁଛନ୍ତି, ସେବା ପାଇଁ ସେ ପ୍ରସିଦ୍ଧ, ଶଙ୍ଖ ଚିହ୍ନରେ ବିପୁଳସଂଖ୍ୟାରେ ଭୋଟ ଦେଇ ଅରୂପ ପଟ୍ଟନାୟକ ଓ ରୂଦ୍ର ମହାରଥୀଙ୍କୁ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି ପାଣ୍ଡିଆନ।

#Odia#Odisha#News
Share Article:

Related Articles