ତାମିଲନାଡୁର ୩୯ ଆସନରେ ଚାଲିଛି ମତଦାନ, ଭୋଟ ଦେଲେ ରଜନୀକାନ୍ତ, କମଲ ହାସନ ଓ ଧନୂଷ୍
ଚେନ୍ନାଇ: ଆରମ୍ଭ ହୋଇଛି ଲୋକସଭା ନିର୍ବାଚନ ୨୦୨୪। ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ଟି ଆସନରେ ମତଦାନ ଚାଲିଛି। ଭୋଟ ଦେବା ପାଇଁ ସାଧାରଣ ଲୋକଙ୍କ ସହ ପୋଲିଂ ବୁଥରେ ଚଳଚ୍ଚିତ୍ର ତାରକାଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି। ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁର ସମସ୍ତ ୩୯ ଆସନରେ ମଧ୍ୟ ଭୋଟ ଗ୍ରହଣ ଚାଲିଛି । ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ନାମିଦାମୀ ଅଭିନେତା ଭୋଟ ଦେଇଛନ୍ତି। ଅଭିନେତା ଅଜିତ କୁମାର ସକାଳୁ ସକାଳୁ ଭୋଟ୍ ଦେବା [...]
ଚେନ୍ନାଇ: ଆରମ୍ଭ ହୋଇଛି ଲୋକସଭା ନିର୍ବାଚନ ୨୦୨୪। ଶୁକ୍ରବାର ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ଟି ଆସନରେ ମତଦାନ ଚାଲିଛି। ଭୋଟ ଦେବା ପାଇଁ ସାଧାରଣ ଲୋକଙ୍କ ସହ ପୋଲିଂ ବୁଥରେ ଚଳଚ୍ଚିତ୍ର ତାରକାଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି।
ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁର ସମସ୍ତ ୩୯ ଆସନରେ ମଧ୍ୟ ଭୋଟ ଗ୍ରହଣ ଚାଲିଛି । ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ନାମିଦାମୀ ଅଭିନେତା ଭୋଟ ଦେଇଛନ୍ତି।
ଅଭିନେତା ଅଜିତ କୁମାର ସକାଳୁ ସକାଳୁ ଭୋଟ୍ ଦେବା ପାଇଁ ଥିରୁଭାନମିୟୁର ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ। କଡା ସୁରକ୍ଷା ମଧ୍ୟରେ ଅଜିତ କୁମାର ଭୋଟ୍ ଦେଇଥିଲେ।
ସେହିପରି ଥଲଇବା ରଜନୀକାନ୍ତ ମଧ୍ୟ ଚେନ୍ନାଇର ଏକ ପୋଲିଂ ବୁଥରେ ଭୋଟ୍ ଦେଇଛନ୍ତି। ମତଦାନ କେନ୍ଦ୍ରରୁ ବାହାରିବା ପରେ ସେ ମିଡ଼ିଆ ପାଇଁ ପୋଜ୍ ମଧ୍ୟ ଦେଇଥିଲେ ଓ କାଳି ଚିହ୍ନ ଲାଗିଥିବା ତାଙ୍କ ଆଙ୍ଗୁଠି ଦେଖାଇଥିଲେ। ସେ ଲୋକଙ୍କୁ ଭୋଟ୍ ଦେବାକୁ ଅପିଲ କରିଥିଲେ।
ସୁପରଷ୍ଟାର କମଲ ହାସନ ମଧ୍ୟ ଭୋଟ୍ ଦେଇଛନ୍ତି। ଏହି ଅଭିନେତା ଚେନ୍ନାଇର କୋୟମବେଡୁ ମତଦାନ କେନ୍ଦ୍ରରେ ପହଞ୍ଚି ନିଜ ମତାଧିକାର ସାବ୍ୟସ୍ତ କରିଥିଲେ। ସେହିପରି ଅଭିନେତା ଧନୁଷ ମଧ୍ୟ ସକାଳେ ଭୋଟ୍ ଦେବାକୁ ଏକ ପୋଲିଂ ବୁଥରେ ପହଞ୍ଚିଥିଲେ।
ଭୋଟର ତାଲିକାରେ ଆପଣଙ୍କ ନାମ ଅଛି ନା ନାହିଁ? ଘରେ ବସି ଏହି ସହଜ ଉପାୟରେ ଯାଞ୍ଚ୍ କରନ୍ତୁ
Next Articleନାକା ଚେକିଂ ବେଳେ ବରଗଡ଼ ଜିଲ୍ଲା ଝାରବନ୍ଧରୁ ୬ ଲକ୍ଷରୁ ଅଧିକ ଟଙ୍କା ଜବତ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
