News Room Odisha
BREAKING
Odia

ଅବକାରୀ ଦୁର୍ନୀତି ମାମଲାରେ ଆପ୍ ନେତା ସଞ୍ଜୟ ସିଂହଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତିି। ଗିରଫ ହେବାର ୬ ମାସ ପରେ ମୁକୁଳିଛନ୍ତି ଏହି ଆପ୍ ନେତା । ଜାମିନ ସର୍ତ୍ତାବଳୀ ଟ୍ରାଏଲ କୋର୍ଟ ସ୍ଥିର କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ସଞ୍ଜୟ ସିଂହ ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରିବେ | ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ବିଚାରଣା [...]

Admin•April 2, 2024
Share Article:

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତିି। ଗିରଫ ହେବାର ୬ ମାସ ପରେ ମୁକୁଳିଛନ୍ତି ଏହି ଆପ୍ ନେତା । ଜାମିନ ସର୍ତ୍ତାବଳୀ ଟ୍ରାଏଲ କୋର୍ଟ ସ୍ଥିର କରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, ସଞ୍ଜୟ ସିଂହ ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରିବେ | ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାର ବିଚାରଣା ଶେଷ ନହେବା ପର୍ଯ୍ୟନ୍ତ ସେ ଜାମିନରେ ରହିବେ।

ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହଙ୍କୁ ଗିରଫ କରିବାର ୬ ମାସ ପରେ ମଧ୍ୟ ତାଙ୍କ ବିରୋଧରେ କେନ୍ଦ୍ରୀୟ ସଂସ୍ଥା କୌଣସି ପ୍ରମାଣ ସଂଗ୍ରହ କରିପାରି ନାହିଁ। ଏଭଳି ସ୍ଥଳେ ତାଙ୍କୁ ଏତେ ଦିନ ଧରି ଜେଲରେ ରଖିବାର କ’ଣ ଆବଶ୍ୟକତା ବୋଲି ସୁପ୍ରିମକୋର୍ଟ ଇଡ଼ିକୁ ପ୍ରଶ୍ନ କରିଥିଲେ। ସଞ୍ଜୟ ସିଂହଙ୍କୁ ଜାମିନ ମଞ୍ଜୁର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତରଫରୁ କୌଣସି ଆପତ୍ତି ପ୍ରକାଶ କରାଯାଇନଥିଲା । ମଦ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହଙ୍କୁ ଗତ ବର୍ଷ ଅକ୍ଟୋବର ୪ରେ ଗିରଫ କରିଥିଲା ଇଡି।

ସଞ୍ଜୟ ସିଂହଙ୍କୁ ଜାମିନ ମିଳିବା ଆମ୍ ଆଦମୀ ପାର୍ଟି ପାଇଁ ବଡ଼ ଆଶ୍ବସ୍ତିକର ବିଷୟ । କାରଣ ଏହି ମାମଲାରେ ଦଳର ଜାତୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଧ୍ୟ ଇଡି ଗିରଫ କରିଛି । ସେ ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ଏହାଛଡ଼ା ଦଳର ବରିଷ୍ଠ ନେତା ମନୀଷ ସିସୋଦିଆ ମଧ୍ୟ ଜେଲରେ ଅଛନ୍ତି। ସଞ୍ଜୟ ସିଂହଙ୍କୁ ଜାମିନ ମିଳିବ ପରେ ଏହି ଦୁଇ ବଡ଼ ନେତା ବି ଜେଲରୁ ମୁକୁଳିବେ ବୋଲି ଦଳ ଆଶାବାଦୀ ଅଛି ।

#Odia#Odisha#News
Share Article:

Related Articles