News Room Odisha
BREAKING
Odia

ସ୍ବାତି ମାଲିୱାଲଙ୍କୁ ରାଜ୍ୟସଭା ଟିକେଟ୍ ଦେଲା ଆପ୍

ନୂଆଦିଲ୍ଲୀ: ଜାନୁଆରୀ ୧୯ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ବାତି ମାଲିୱାଲଙ୍କୁ ପ୍ରାର୍ଥୀ କରିଛି। ଏହାଛଡ଼ା ଦଳ ସଞ୍ଜୟ ସିଂହ ଏବଂ ଏନଡି ଗୁପ୍ତାଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଇବ। ଆପର ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହ ସମ୍ପ୍ରତି ଜେଲରେ ଅଛନ୍ତି। ତେବେ ରାଜ୍ୟସଭା ନିର୍ବାଚନ ପାଇଁ ଜେଲରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ। [...]

Admin•January 5, 2024
Share Article:

ନୂଆଦିଲ୍ଲୀ: ଜାନୁଆରୀ ୧୯ରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ବାତି ମାଲିୱାଲଙ୍କୁ ପ୍ରାର୍ଥୀ କରିଛି। ଏହାଛଡ଼ା ଦଳ ସଞ୍ଜୟ ସିଂହ ଏବଂ ଏନଡି ଗୁପ୍ତାଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଇବ। ଆପର ରାଜନୈତିକ ବ୍ୟାପାର କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସଞ୍ଜୟ ସିଂହ ସମ୍ପ୍ରତି ଜେଲରେ ଅଛନ୍ତି। ତେବେ ରାଜ୍ୟସଭା ନିର୍ବାଚନ ପାଇଁ ଜେଲରୁ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଏଥିପାଇଁ କୋର୍ଟ ତାଙ୍କୁ ଅନୁମତି ଦେଇଛନ୍ତି ‌।

ଆପ୍ ରାଜ୍ୟସଭା ସାଂସଦ ସୁଶୀଲ କୁମାର ଗୁପ୍ତାଙ୍କ କାର୍ଯ୍ୟକାଳ ଏହି ମାସରେ ଶେଷ ହେବାକୁ ଯାଉଛି। ସୂଚନା ମୁତାବକ, ସେ ହରିୟାଣାର ରାଜନୀତି ପ୍ରତି ଅଧିକ ସମୟ ଦେବାପାଇଁ ଚାହୁଁଥିବା ଦଳକୁ ଜଣାଇଥିଲେ।

#Odia#Odisha#News
Share Article:

Related Articles