ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଆଦିତ୍ୟ-ଏଲ୍୧
ନୂଆଦିଲ୍ଲୀ: ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ- ଏଲ୍୧’ ୧୧୦ ଦିନର ଯାତ୍ରା ପରେ ଶନିବାର ଏହାର ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳ ଲାଗ୍ରେଞ୍ଜ ପଏଣ୍ଟ (ଏଲ୍୧)ରେ ପହଞ୍ଚିଛି। ଇସ୍ରୋ ‘ଏକ୍ସ’ରେ ଏନେଇ ସୂଚନା ଦେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆଦିତ୍ୟ- ଏଲ୍୧’ ସଫଳତାର ସହ ଏହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ନେଇ ଉଲ୍ଲସିତ ହୋଇଛନ୍ତି । ଏହା ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ‘ଆଦିତ୍ୟ- ଏଲ୍୧’ ଯେଉଁ [...]
ନୂଆଦିଲ୍ଲୀ: ଭାରତର ପ୍ରଥମ ସୌର ମିଶନ ‘ଆଦିତ୍ୟ- ଏଲ୍୧’ ୧୧୦ ଦିନର ଯାତ୍ରା ପରେ ଶନିବାର ଏହାର ନିର୍ଦ୍ଧାରିତ ଗନ୍ତବ୍ୟସ୍ଥଳ ଲାଗ୍ରେଞ୍ଜ ପଏଣ୍ଟ (ଏଲ୍୧)ରେ ପହଞ୍ଚିଛି। ଇସ୍ରୋ ‘ଏକ୍ସ’ରେ ଏନେଇ ସୂଚନା ଦେଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଆଦିତ୍ୟ- ଏଲ୍୧’ ସଫଳତାର ସହ ଏହାର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ନେଇ ଉଲ୍ଲସିତ ହୋଇଛନ୍ତି । ଏହା ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
‘ଆଦିତ୍ୟ- ଏଲ୍୧’ ଯେଉଁ ଲାଗ୍ରେଞ୍ଜ ପଏଣ୍ଟ (ଏଲ୍୧)ରେ ପହଞ୍ଚିଛି, ପୃଥିବୀଠାରୁ ତାହା ୧୫ ଲକ୍ଷ କିଲୋମିଟର ଦୂର। ଲାଗ୍ରେଞ୍ଜ ପଏଣ୍ଟ ହେଉଛି ଏକ କକ୍ଷ ଯେଉଁଠି ସୂର୍ଯ୍ୟ ଏବଂ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ବରାବର ରହିଥାଏ । ଏଠାରେ ବିନା ବାଧାରେ ସୂର୍ଯ୍ୟର ଗତିବିଧିକୁ ଅନୁଧ୍ୟାନ କରିହେବ। ଏହାଛଡ଼ା ଲାଗ୍ରେଞ୍ଜ ପଏଣ୍ଟରେ ମହାକାଶଯାନର ଇନ୍ଧନ ଖର୍ଚ୍ଚ ମଧ୍ୟ କମ୍ ହୁଏ |
ଲାଗ୍ରେଞ୍ଜ ପଏଣ୍ଟ ଫରାସୀ ଗଣିତଜ୍ଞ ଜୋସେଫ ଲୁଇ ଲାଗ୍ରେଞ୍ଜଙ୍କ ନାମରେ ନାମିତ ହୋଇଛି, ଯିଏ ଅଷ୍ଟାଦଶ ଶତାବ୍ଦୀରେ ଏହି ‘ବିନ୍ଦୁ’ର ଆବିଷ୍କାର କରିଥିଲେ |
ମହାକାଶରେ ଏହା ଭାରତର ପ୍ରଥମ ଅବଜେର୍ଭୋଟରି | ଏହା ପୃଥିବୀର ନିକଟତମ ତାରା ସୂର୍ଯ୍ୟ ଉପରେ ନଜର ରଖିବ ଏବଂ ସୌର ପବନ ପରି ମହାକାଶ ପାଗର ବୈଶିଷ୍ଟ୍ୟ ଅଧ୍ୟୟନ କରିବ |
ଚାରିମାସ ତଳେ ଅର୍ଥାତ୍ ସେପ୍ଟେମ୍ବର ୨, ୨୦୨୩ରେ ଭାରତୀୟ ସମୟ ପୂର୍ବାହ୍ନ ୧୧.୫୦ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ଅନ୍ତରୀକ୍ଷ କେନ୍ଦ୍ରରୁ ‘ଆଦିତ୍ୟ- ଏଲ୍୧’କୁ ଉତକ୍ଷେପଣ କରାଯାଇଥିଲା ।
୨୦ ହଜାର ଟଙ୍କା ଲାଞ୍ଚ ମାଗି ଭିଜିଲାନ୍ସ ଜାଲରେ ଫସିଲେ ଆରଆଇ
Next Articleବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ କାର୍ଯ୍ୟକ୍ରମର ଶୁଭାରମ୍ଭ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
