ଜର୍ମାନୀ ପରେ କେଜ୍ରିୱାଲଙ୍କ ଗିରଫଦାରି ନେଇ ଆମେରିକାର ପ୍ରତିକ୍ରିୟା, କହିଲା ନିରପେକ୍ଷ ନ୍ୟାୟିକ ପ୍ରକ୍ରିୟା ଆଶା କରୁଛୁ
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । କେଜ୍ରିୱାଲଙ୍କ ଗିରଫଦାରି ନେଇ ଜର୍ମାନୀ ପରେ ଏବେ ଆମେରିକା ପ୍ରତିକ୍ରିୟା ରଖିଛି। ଭାରତର ଜଣେ ପ୍ରମୁଖ ବିରୋଧୀଦଳ ନେତା କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ଆମେ ନଜର ରଖିଛୁ ବୋଲି କହିଛି ଆମେରିକା । ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି, ଆମେ ଭାରତର ପ୍ରମୁଖ ବିରୋଧୀ ନେତା କେଜ୍ରିୱାଲଙ୍କ ଗିରଫଦାରୀ ଘଟଣା [...]
ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । କେଜ୍ରିୱାଲଙ୍କ ଗିରଫଦାରି ନେଇ ଜର୍ମାନୀ ପରେ ଏବେ ଆମେରିକା ପ୍ରତିକ୍ରିୟା ରଖିଛି। ଭାରତର ଜଣେ ପ୍ରମୁଖ ବିରୋଧୀଦଳ ନେତା କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ଆମେ ନଜର ରଖିଛୁ ବୋଲି କହିଛି ଆମେରିକା ।
ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି, ଆମେ ଭାରତର ପ୍ରମୁଖ ବିରୋଧୀ ନେତା କେଜ୍ରିୱାଲଙ୍କ ଗିରଫଦାରୀ ଘଟଣା ଉପରେ ନଜର ରଖିଛୁ । ଏହି ମାମଲାରେ ନ୍ୟାୟିକ ପ୍ରକ୍ରିୟା ସଠିକ୍, ସ୍ଵଚ୍ଛ ଓ ନିରପେକ୍ଷ ରହିବ ବୋଲି ଆମେ ଆଶା କରୁଛୁ।
ନିକଟରେ କେଜ୍ରିୱାଲଙ୍କ ଗିରଫଦାରୀ ଉପରେ ଜର୍ମାନୀ ଚିନ୍ତା ପ୍ରକଟ କରିଥିଲା । ତେବେ ଜର୍ମାନୀର ବୟାନ ପରେ ଭାରତ ଜର୍ମାନ ରାଷ୍ଟ୍ରଦୂତଙ୍କୁ ଡକାଇ ତୀବ୍ର ପ୍ରତିବାଦ ଜଣାଇଥିଲା । ଜର୍ମାନୀର ପ୍ରତିକ୍ରିୟା ଆମ ଆଭ୍ୟନ୍ତରୀଣ ବ୍ୟାପାର ଓ ନ୍ୟାୟିକ ପ୍ରକ୍ରିୟାରେ ଅନାବଶ୍ୟକ ହସ୍ତକ୍ଷେପ ବୋଲି କହିଥିଲା ଭାରତ ।
ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ପଦରେ ଥାଇ ଗିରଫ ହେବାରେ କେଜ୍ରିୱାଲ ହେଉଛନ୍ତି ସ୍ବାଧୀନ ଭାରତର ପ୍ରଥମ ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ସେ ଇଡି ହାଜତରେ ଅଛନ୍ତି। ତାଙ୍କ ଇଡି ହାଜତ ମିଆଦ ମାର୍ଚ୍ଚ ୨୮ରେ ଶେଷ ହେଉଛି । ତାଙ୍କ ଗିରଫଦାରିକୁ କେଜ୍ରିୱାଲ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତିି । ଆସନ୍ତାକାଲି ଏହାର ଶୁଣାଣି ହେବ।
ସମାଲୋଚକଙ୍କୁ କୋହଲିଙ୍କ ଜବାବ, କହିଲେ ଖାଲି ମୋ’ ନାଁ ବ୍ୟବହାର କରନି, ମୋ ଠାରେ ଆହୁରି ଅନେକ ଟି-୨୦ କ୍ରିକେଟ୍ ବି ବାକି ଅଛି
Next Articleଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍ କାର୍ଯ୍ୟସୂଚୀ ଘୋଷିତ, ନଭେମ୍ବର ୨୨ରୁ ପର୍ଥରେ ପ୍ରଥମ ଟେଷ୍ଟ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
