News Room Odisha
BREAKING
Odia

ଦିନକ ପରେ ବଜେଟ୍ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ ଡାକିଲେ ସରକାର

ନୂଆଦିଲ୍ଲୀ: ଜାନୁୟାରୀ ୩୧ ରୁ ଆରମ୍ଭ ହେଉଥିବା ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦର ଉଭୟ ଗୃହର ସମସ୍ତ ଦଳର ନେତାମାନଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଛି। ମଙ୍ଗଳବାର ହେବାକୁ ଥିବା ଏହି ବୈଠକ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସମସ୍ତ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଚଳିତ ବର୍ଷ ଏପ୍ରିଲ-ମେରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବଜେଟ୍ ଅଧିବେଶନ ଚଳିତ ଲୋକସଭାର [...]

Admin•January 30, 2024
Share Article:

ନୂଆଦିଲ୍ଲୀ: ଜାନୁୟାରୀ ୩୧ ରୁ ଆରମ୍ଭ ହେଉଥିବା ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାର ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ସଂସଦର ଉଭୟ ଗୃହର ସମସ୍ତ ଦଳର ନେତାମାନଙ୍କୁ ଏହି ବୈଠକକୁ ନିମନ୍ତ୍ରଣ କରାଯାଇଛି।

ମଙ୍ଗଳବାର ହେବାକୁ ଥିବା ଏହି ବୈଠକ ପାଇଁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସମସ୍ତ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିଛନ୍ତି। ଚଳିତ ବର୍ଷ ଏପ୍ରିଲ-ମେରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ବଜେଟ୍ ଅଧିବେଶନ ଚଳିତ ଲୋକସଭାର ଶେଷ ଅଧିବେଶନ ହେବ। ଏହି ଅଧିବେଶନ ଜାନୁଆରୀ ୩୧ ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ବଜେଟ୍ ଉପସ୍ଥାପନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ସହ ବଜେଟ୍ ଅଧିବେଶନ ଆରମ୍ଭ ହେବ।

ବଜେଟ୍ ସମ୍ବନ୍ଧରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ସରକାରଙ୍କୁ ନିଜର କିଛି ପ୍ରସ୍ତାବ ଦେଇଛି । ସରକାରଙ୍କୁ ନିବେଶ ଲକ୍ଷ୍ୟ ପୂରଣ ପାଇଁ ୩ ବର୍ଷର କାର୍ଯ୍ୟକ୍ରମ ସ୍ଥିର କରିବା ଉଚିତ । ଏହାଛଡ଼ା ପେଟ୍ରୋଲିୟମ, ବିଦ୍ୟୁତ୍ ଏବଂ ରିଏଲ୍ ଇଷ୍ଟେଟକୁ ଜିଏସଟି ପରିସରଭୁକ୍ତ କରିବାକୁ ପ୍ରସ୍ତାବ ଦେଇଛି ସିଆଇଆଇ । ଏଥିସହ ପୁଞ୍ଜିଗତ ବ୍ୟୟକୁ ୨୦ ପ୍ରତିଶତ ବୃଦ୍ଧି ସହ ୧୨ ଲକ୍ଷ କୋଟି ଟଙ୍କା କରିବାକୁ ଅନୁରୋଧ କରାଯାଇଛି।

#Odia#Odisha#News
Share Article:

Related Articles