News Room Odisha
BREAKING
Odia

ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିରେ ଯୋଗ ଦେବାର ୯ ଦିନ ପରେ ଦଳ‌ ଛାଡ଼ିଲେ ଅମ୍ବାତି ରାୟଡୁ

ଅମରାବତୀ: ଆନ୍ଧ୍ର ପ୍ରଦେଶର ଶାସକ ଦଳ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିରେ ଯୋଗ ଦେବାର ୯ ଦିନ ପରେ ପୂର୍ବତନ କ୍ରିକେଟର୍ ଅମ୍ବାତି ରାୟଡୁ ଶନିବାର ଦଳ ଛାଡିବାକୁ ଘୋଷଣା କରିଛନ୍ତି। ରାୟୁଡୁ କହିଛନ୍ତି ଯେ ସେ କିଛି ସମୟ ପାଇଁ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଛନ୍ତି। ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ରାୟୁଡୁ ଏହି ନିଷ୍ପତ୍ତି ନେଇଛନ୍ତି। ରାୟୁଡୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ଏହା ସମସ୍ତଙ୍କୁ ଜଣାଇବା ପାଇଁ ଯେ ମୁଁ [...]

Admin•January 6, 2024
Share Article:

ଅମରାବତୀ: ଆନ୍ଧ୍ର ପ୍ରଦେଶର ଶାସକ ଦଳ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟିରେ ଯୋଗ ଦେବାର ୯ ଦିନ ପରେ ପୂର୍ବତନ କ୍ରିକେଟର୍ ଅମ୍ବାତି ରାୟଡୁ ଶନିବାର ଦଳ ଛାଡିବାକୁ ଘୋଷଣା କରିଛନ୍ତି। ରାୟୁଡୁ କହିଛନ୍ତି ଯେ ସେ କିଛି ସମୟ ପାଇଁ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଛନ୍ତି।

ରାଜ୍ୟରେ ବିଧାନସଭା ଓ ଲୋକସଭା ନିର୍ବାଚନ ପୂର୍ବରୁ ରାୟୁଡୁ ଏହି ନିଷ୍ପତ୍ତି ନେଇଛନ୍ତି।

ରାୟୁଡୁ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି, ଏହା ସମସ୍ତଙ୍କୁ ଜଣାଇବା ପାଇଁ ଯେ ମୁଁ ଓ୍ବାଇଏସ୍ଆରସିପି ଛାଡ଼ି କିଛି ସମୟ ରାଜନୀତିରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି।”

ସେ କହିଛନ୍ତି, ଆଗାମୀ ସମୟରେ ସେ ତାଙ୍କର ଭବିଷ୍ୟତ ଯୋଜନା ବିଷୟରେ ଘୋଷଣା କରିବେ।

ଅମ୍ବାତି ରାୟୁଡୁ ଡିସେମ୍ବର ୨୮, ୨୦୨୩ରେ ଓ୍ବାଇଏସ୍ଆରସିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ, ଉପମୁଖ୍ୟମନ୍ତ୍ରୀ କେ ନାରାୟଣ ସ୍ବାମୀ ଏବଂ ରାଜମପେଟରୁ ଲୋକସଭା ସଦସ୍ୟ ପି.ମିଥୁନ ରେଡ୍ଡୀଙ୍କ ଉପସ୍ଥିତିରେ ଏହି ଦଳରେ ଯୋଗ ଦେଇଥିଲେ।

ରାୟୁଡୁ ଭାରତୀୟ କ୍ରିକେଟ୍ ଦଳର ପ୍ରତିନିଧିତ୍ବ କରିବା ସହ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ବି ଖେଳିଛନ୍ତି।

#Odia#Odisha#News
Share Article:

Related Articles