ଅମିତ ଶାହଙ୍କ ବଡ଼ ଘୋଷଣା, ଲୋକସଭା ନିର୍ବାଚନ ପୂର୍ବରୁ ଲାଗୁ ହେବ ସିଏଏ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଡ଼ ଘୋଷଣା କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ ବୋଲି ଶାହ କହିଛନ୍ତି । ଏଠାରେ ‘ଇଟି ନାଓ ଗ୍ଲୋବାଲ୍ ସମିଟ୍ ୨୦୨୪’ରେ ଯୋଗଦେଇ ଶାହ ଅଭିଯୋଗ କରିଛନ୍ତି ଯେ ସିଏଏ ଲାଗୁ କରିବା ପ୍ରତିଶ୍ରୁତି ଉପରେ କଂଗ୍ରେସ ପଛଘୁଞ୍ଚା ଦେଇଥିଲା । ସିଏଏ କଂଗ୍ରେସ ସରକାରଙ୍କ ପ୍ରତିଶୃତି ଥିଲା। ଯେତେବେଳେ ଦେଶ ବିଭାଜିତ ହେଲା, [...]
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ବଡ଼ ଘୋଷଣା କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ସିଏଏ ଲାଗୁ ହେବ ବୋଲି ଶାହ କହିଛନ୍ତି ।
ଏଠାରେ ‘ଇଟି ନାଓ ଗ୍ଲୋବାଲ୍ ସମିଟ୍ ୨୦୨୪’ରେ ଯୋଗଦେଇ ଶାହ ଅଭିଯୋଗ କରିଛନ୍ତି ଯେ ସିଏଏ ଲାଗୁ କରିବା ପ୍ରତିଶ୍ରୁତି ଉପରେ କଂଗ୍ରେସ ପଛଘୁଞ୍ଚା ଦେଇଥିଲା । ସିଏଏ କଂଗ୍ରେସ ସରକାରଙ୍କ ପ୍ରତିଶୃତି ଥିଲା। ଯେତେବେଳେ ଦେଶ ବିଭାଜିତ ହେଲା, ସେହି ଦେଶ ଗୁଡିକରେ ସଂଖ୍ୟାଲଘୁମାନେ ନିର୍ଯାତନାର ଶିକାର ହେଲେ । କଂଗ୍ରେସ ଶରଣାର୍ଥୀ ମାନଙ୍କୁ ଆଶ୍ୱାସନା ଦେଇଥିଲା ଯେ ସେମାନଙ୍କୁ ଭାରତରେ ଆଶ୍ରୟ ଦିଆଯିବ ଓ ଭାରତୀୟ ନାଗରିକତା ପ୍ରଦାନ କରାଯିବ। କିନ୍ତୁ କଂଗ୍ରେସ ଏହି ପ୍ରତିଶ୍ରୁତି ପୂରଣ କରିନଥିଲା ।”
ଶାହା ଆହୁରି କହିଛନ୍ତି, ନାଗରିକତା ପ୍ରଦାନ ପାଇଁ ସିଏଏ ଅଣାଯାଇଛି, କାହାର ନାଗରିକତା ନେବା ପାଇଁ ନୁହେଁ | ଆମ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିଶେଷକରି ଆମର ମୁସଲମାନ ସମ୍ପ୍ରଦାୟକୁ ସିଏଏ ଆଇନ ନେଇ ବିଭ୍ରାନ୍ତ କରାଯାଉଛି। ସିଏଏ କାହାର ନାଗରିକତା ଛଡ଼ାଇ ନେବ ନାହିଁ । କାରଣ ଆଇନରେ ଏମିତି କୌଣସି ବ୍ୟବସ୍ଥା ନାହିଁ | ବାଂଲାଦେଶ ଏବଂ ପାକିସ୍ଥାନରେ ନିର୍ଯାତିତ ଶରଣାର୍ଥୀଙ୍କୁ ନାଗରିକତ୍ୱ ପ୍ରଦାନ କରିବା ‘ସିଏଏ’ର ଉଦ୍ଦେଶ୍ୟ।
୨୦୧୯ରେ ସିଏଏ ଆଣିଥିଲେ ମୋଦୀ ସରକାର । ତେବେ ଏହି ଆଇନ ବିରୋଧରେ ରାଜଧାନୀ ଦିଲ୍ଲୀ ସହ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହେବା ଯୋଗୁଁ ଏହାକୁ ସରକାର ଲାଗୁ କରିନଥିଲେ । ଏହି ଆଇନ ଅନୁଯାୟୀ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ଭଳି ଅଣ ମୁସଲମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ ।
JSW Group Inks MoU With Odisha Govt to Setup Mega Integrated Electric Vehicle and EV Battery Manufacturing Project
Next Articleଓଡ଼ିଶାରେ ପ୍ରତିଷ୍ଠା ହେବ ମେଗା ବୈଦ୍ୟୁତିକ ଗାଡ଼ି ଓ ବ୍ୟାଟେରୀ ନିର୍ମାଣ ଶିଳ୍ପ: ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କଲା ଜେଏସଡବ୍ଲୁ
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
