News Room Odisha
BREAKING
Odia

ରୋଡ୍ ଶୋ’ ବେଳେ ଟେକାମାଡ଼, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍ ଆହତ

ବିଜୟୱାଡା : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ୍ ମୋହନ ରେଡ୍ଡୀ ଶନିବାର ରାତିରେ ବିଜୟୱାଡାରେ ନିଜ ଦଳ ଓ୍ବାଇଏସ୍ଆରସିପି ପାଇଁ ପ୍ରଚାର କରୁଥିବାବେଳେ ଜଣେ ଅଜଣା ଦୁର୍ବୃତ୍ତର ଟେକା ମାଡ଼ରେ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ‘ମେମନ୍ଥା ସିଦ୍ଧମ୍ (ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ)’ ଶୀର୍ଷକ ନିର୍ବାଚନ ପ୍ରଚାର ବେଳେ ତାଙ୍କ ଉପରକୁ ଟେକା ମାଡ଼ ହୋଇଥିଲା । ଗୋଟିଏ ଟେକା ଠିକ୍ ତାଙ୍କ ବାମ ଆଖି ଉପରକୁ କପାଳରେ ବାଜିବାରୁ ସେ ଆହତ ହୋଇଥିଲେ । ଜଗନଙ୍କ [...]

Admin•April 14, 2024
Share Article:

ବିଜୟୱାଡା : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍ ଜଗନ୍ ମୋହନ ରେଡ୍ଡୀ ଶନିବାର ରାତିରେ ବିଜୟୱାଡାରେ ନିଜ ଦଳ ଓ୍ବାଇଏସ୍ଆରସିପି ପାଇଁ ପ୍ରଚାର କରୁଥିବାବେଳେ ଜଣେ ଅଜଣା ଦୁର୍ବୃତ୍ତର ଟେକା ମାଡ଼ରେ ଆହତ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ‘ମେମନ୍ଥା ସିଦ୍ଧମ୍ (ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ)’ ଶୀର୍ଷକ ନିର୍ବାଚନ ପ୍ରଚାର ବେଳେ ତାଙ୍କ ଉପରକୁ ଟେକା ମାଡ଼ ହୋଇଥିଲା । ଗୋଟିଏ ଟେକା ଠିକ୍ ତାଙ୍କ ବାମ ଆଖି ଉପରକୁ କପାଳରେ ବାଜିବାରୁ ସେ ଆହତ ହୋଇଥିଲେ । ଜଗନଙ୍କ ପାଖରେ ଥିବା ବିଜୟୱାଡା ପଶ୍ଚିମ ବିଧାୟକ ଭେଲ୍ଲମପଲ୍ଲୀ ଶ୍ରୀନିବାସ ମଧ୍ୟ ଆହତ ହୋଇଛନ୍ତି। ତାଙ୍କ ବାମ ଆଖିରେ ଆଘାତ ଲାଗିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି – ମୁଖ୍ୟମନ୍ତ୍ରୀ ଯେତେବେଳେ ତାଙ୍କ ବସ୍ ଟୁର ବେଳେ ସିଂହ ନଗରର ବିବେକାନନ୍ଦ ସ୍କୁଲ ସେଣ୍ଟରରେ ଲୋକଙ୍କୁ ଅଭିବାଦନ ଜଣାଉଥିଲେ, ତାଙ୍କ ଉପରକୁ ଟେକା ମାଡ଼ ହୋଇଥିଲା।

ଡାକ୍ତରଙ୍କ ପରାମର୍ଶ ଅନୁସାରେ ଜଗନଙ୍କୁ ବିଜୟୱାଡା ସରକାରୀ ଡ଼ାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଳମ୍ବିତ ରାତିରେ ‘ଏକ୍ସ’ରେ ଏକ ପୋଷ୍ଟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନଙ୍କ ଆଶୁ ଆରୋଗ୍ୟ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତିି।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସଭାପତି ଏମ.କେ ଷ୍ଟାଲିନ ଜଗନଙ୍କ ଉପରେ ଟେକାମାଡ଼କୁ ନିନ୍ଦା କରିଛନ୍ତି। ତେଲୁଗୁ ଦେଶମ ପାର୍ଟିର ମୁଖ୍ୟ ତଥା ଅବିଭକ୍ତ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଜଗନଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି। ନିର୍ବାଚନ କମିଶନ ଏହି ଘଟଣାର ନିରପେକ୍ଷ ତଦନ୍ତ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ସେପଟେ ବିଜୟୱାଡା ପୋଲିସ କମିଶନର କାନ୍ତୀ ରତନ ଟାଟା କହିଛନ୍ତି ଯେ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଲୋକଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିପାରି ନାହିଁ।

ସେ କହିଛନ୍ତି ଆମକୁ କିଛି ସୁରାକ୍ ମିଳିଛି । ଆମେ ଭିଡିଓ ଏବଂ ଡ୍ରୋନ୍ ଫୁଟେଜ୍ ବିଶ୍ଲେଷଣ କରୁଛୁ। ଖୁବ୍ ଶୀଘ୍ର ଆମେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବୁ | ଆମେ ଭାବୁଛୁ ଏହା (ଟେକା) ଫୁଲ ସହିତ ଫିଙ୍ଗା ଯାଇଥିଲା | ଏତେ ସଂଖ୍ୟକ ଲୋକ ଫୁଲ ବର୍ଷା (ଜଗନଙ୍କ ଉପରେ) କରୁଥିଲେ ଏବଂ ସେହି ସମୟରେ କେହି ଜଣେ ଟେକା ଫିଙ୍ଗି ଦେଇଥିଲା। ”

#Odia#Odisha#News
Share Article:

Related Articles