News Room Odisha
BREAKING
Odia

ଆମେରିକାରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନ୍ୟୁୟର୍କ: ଆମେରିକାରେ ଭାରତୀୟଙ୍କ ମୃତ୍ୟୁ ମାମଲା ଥମିବାର ନାଁ ନେଉନାହିଁ । ଆମେରିକାର ଓହିଓ ରାଜ୍ୟରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହି ମାମଲାର ତଦନ୍ତ କରୁଛି। ନ୍ୟୁୟର୍କରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ମୃତ ଭାରତୀୟ ଛାତ୍ରଙ୍କ ପରିଚୟ ଉମା ସତ୍ୟସାଇ ବୋଲି ଜଣାପଡ଼ିଛି। ସେ ଓହିଓର କ୍ଲିଭଲ୍ୟାଣ୍ଡରେ ପଢୁଥିଲେ। କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ି ନାହିଁ। ନ୍ୟୁୟର୍କରେ ଥିବା ଭାରତର [...]

Admin•April 6, 2024
Share Article:

ନ୍ୟୁୟର୍କ: ଆମେରିକାରେ ଭାରତୀୟଙ୍କ ମୃତ୍ୟୁ ମାମଲା ଥମିବାର ନାଁ ନେଉନାହିଁ । ଆମେରିକାର ଓହିଓ ରାଜ୍ୟରେ ପୁଣି ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହି ମାମଲାର ତଦନ୍ତ କରୁଛି। ନ୍ୟୁୟର୍କରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ମୃତ ଭାରତୀୟ ଛାତ୍ରଙ୍କ ପରିଚୟ ଉମା ସତ୍ୟସାଇ ବୋଲି ଜଣାପଡ଼ିଛି। ସେ ଓହିଓର କ୍ଲିଭଲ୍ୟାଣ୍ଡରେ ପଢୁଥିଲେ। କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହୋଇଛି ତାହା ଜଣାପଡ଼ି ନାହିଁ।

ନ୍ୟୁୟର୍କରେ ଥିବା ଭାରତର ବାଣିଜ୍ୟ ଦୂତାବାସ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, ଓହିଓର କ୍ଲିଭଲ୍ୟାଣ୍ଡରେ ଭାରତୀୟ ଛାତ୍ର ଉମା ସତ୍ୟସାଇଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁରେ ଗଭୀର ଦୁଃଖିତ। ଶବକୁ ଭାରତ ନେବା ପାଇଁ ବ୍ୟବସ୍ଥା ସହ ତାଙ୍କ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି। ଦୂତାବାସ କହିଛି ଯେ ପୋଲିସ ଏହି ମାମଲାର ତଦନ୍ତ କରୁଛି ଏବଂ ଭାରତରେ ପରିବାର ସହ ଯୋଗାଯୋଗ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଆରମ୍ଭରୁ ଆମେରିକାରେ ଏଯାବତ୍ ୧୦ ଭାରତୀୟ ଛାତ୍ର ତଥା ବଂଶୋଦ୍ଭବଙ୍କ ମୃତ୍ୟୁ ହୋଇଛି।

#Odia#Odisha#News
Share Article:

Related Articles