‘ମମି, ପାପା, ମୁଁ ଜେଇଇ ପାରୁନି..’, କୋଟାରେ ଝୁଲି ପଡ଼ିଲେ ଆଉ ଜଣେ ଛାତ୍ରୀ
କୋଟା: ରାଜସ୍ଥାନର କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଧାରା ଥମିବାର ନାଁ ନେଉନାହିଁ। ଚଳିତ ମାସରେ ହିଁ ଆତ୍ମହତ୍ୟାର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। କୋଟାର ବୋରଖଡା ଅଞ୍ଚଳରେ ନିହାରିକା ସିଂହ ନାମ୍ନୀ ଜଣେ ୧୮ ବର୍ଷୀୟା ଛାତ୍ରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଚରମ ପଦକ୍ଷେପ ନେବା ପୂର୍ବରୁ ସେ ଲେଖିଥିବା ଏକ ନୋଟ୍ ପୋଲିସ ଜବତ କରିଛି । ନିଜ ଅଭିଭାବକଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏହି ନୋଟରେ ସେ ଜେଇଇ ପାଇଁ ପ୍ରସ୍ତୁତିରେ [...]
କୋଟା: ରାଜସ୍ଥାନର କୋଟାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଧାରା ଥମିବାର ନାଁ ନେଉନାହିଁ। ଚଳିତ ମାସରେ ହିଁ ଆତ୍ମହତ୍ୟାର ଦ୍ୱିତୀୟ ମାମଲା ସାମ୍ନାକୁ ଆସିଛି। କୋଟାର ବୋରଖଡା ଅଞ୍ଚଳରେ ନିହାରିକା ସିଂହ ନାମ୍ନୀ ଜଣେ ୧୮ ବର୍ଷୀୟା ଛାତ୍ରୀ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଏହି ଚରମ ପଦକ୍ଷେପ ନେବା ପୂର୍ବରୁ ସେ ଲେଖିଥିବା ଏକ ନୋଟ୍ ପୋଲିସ ଜବତ କରିଛି । ନିଜ ଅଭିଭାବକଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଏହି ନୋଟରେ ସେ ଜେଇଇ ପାଇଁ ପ୍ରସ୍ତୁତିରେ ବିଫଳତା ଯୋଗୁଁ ଶେଷ ବିକଳ୍ପ ଭାବେ ସେ ଆତ୍ମହତ୍ୟା କରୁଛନ୍ତି ବୋଲି ଲେଖିଛନ୍ତି।
ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ସହ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ନିହାରିକାଙ୍କ ରୁମରୁ ପୋଲିସ ଏକ ସୁଇସାଇଡ୍ ନୋଟ ଜବତ କରିଛି । ନିହାରିକା ଏଥିରେ ଇଂରାଜୀରେ ଲେଖିଛନ୍ତି, “ମମି, ପାପା, ମୁଁ ଜେଇଇ ପାରିବି ନାହିଁ। ସେଥିପାଇଁ ମୁଁ ଆତ୍ମହତ୍ୟା କରୁଛି। ମୁଁ ଜଣେ ଲୁଜର୍। ମୁଁ ସବୁଠୁ ଖରାପ ଝିଅ। ମୋତେ କ୍ଷମା କର, ମମି, ପାପା। ଏହା ମୋର ଶେଷ ବିକଳ୍ପ।”
ସୂଚନା ମୁତାବକ ମୃତ ଛାତ୍ରୀ ନିହାରିକା ସିଂହ ତାଙ୍କ ବାପାଙ୍କ ସହ କୋଟିର ବୋରଖଡା ଅଞ୍ଚଳରେ ରହୁଥିଲେ। ବାପା ଏକ ବ୍ୟାଙ୍କରେ ଗାର୍ଡ ଭାବେ କାମ କରନ୍ତି | ସାବତ ଭାଇ ବିକ୍ରମ ସିଂହ କହିଛନ୍ତି, ନିହାରିକା ଦ୍ବିତୀୟ ଥର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେବାକୁ ମଧ୍ୟ ପ୍ରସ୍ତୁତି କରୁଥିଲେ | ଏହାରି ଭିତରେ ତାଙ୍କର ପ୍ରତିଯୋଗିତାମୂଳକ ଇଞ୍ଜିନିୟରିଂ ପରୀକ୍ଷା ପାଇଁ ଟାଇମ୍ ଟେବୁଲ୍ ପ୍ରକାଶ ପାଇଥିଲା | ପରୀକ୍ଷା ପାଇଁ ସେ ମାନସିକ ଚାପରେ ରହୁଥିଲେ ।
କୋଟାର ବିଭିନ୍ନ କୋଚିଂ ସେଣ୍ଟରରେ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ବଢ଼ୁଛି । ଏପରି ଘଟଣା ଦୃଷ୍ଟିରୁ କେନ୍ଦ୍ର ସରକାର ନିକଟରେ ଦେଶର ସବୁ କୋଚିଂ ସେଣ୍ଟର ପାଇଁ ଗାଇଡଲାଇନ ଜାରି କରିଥିଲେ । ଛାତ୍ରଛାତ୍ରୀଙ୍କୁ ଡିପ୍ରେସନରୁ ମୁକ୍ତ ରଖିବା ପାଇଁ କୋଚିଂ ସେଣ୍ଟର ଗୁଡ଼ିକ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି।
ଗତ ବର୍ଷ କୋଟାରେ ୨୬ ଜଣ ପିଲା ଆତ୍ମହତ୍ୟା କରିଥିଲେ, ଯାହାକି କୋଚିଂର ଏହି ଗଡ଼ରେ ଗୋଟିଏ ବର୍ଷରେ ସର୍ବାଧିକ। ମେଡିକାଲ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଛାତ୍ରଛାତ୍ରୀ କୋଟା ଆସନ୍ତି।
Odisha Tableau Adjudged as Best State Tableaux at 75th Republic Day Parade
Next ArticleSundargarh: 5T Chairman Participates in Nua-O Fest, Motivates Students to Work Hard to Achieve Success in Life
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
