ସ୍ଥଳସେନା ମୁଖ୍ୟଙ୍କ ସୂଚନା, ଚୀନ୍ ସୀମାରେ ପରିସ୍ଥିତି ସମ୍ବେଦନଶୀଳ
ନୂଆଦିଲ୍ଲୀ: ଚୀନ୍ ସୀମାରେ ପରିସ୍ଥିତି ସ୍ଥିର କିନ୍ତୁ ସମ୍ବେଦନଶୀଳ ରହିଛି ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମ ପ୍ରସ୍ତୁତି ଉଚ୍ଚ ସ୍ତରର ରହିଛି | ଆମେ ସୀମାକୁ ଯଥେଷ୍ଟ ପରିମାଣରେ ସମ୍ବଳ ପଠାଇବା ଜାରି ରଖିଛୁ, ଯାହା ଫଳରେ ଆମ ସେନା ପୂର୍ବ ଲଦାଖରେ ଯେକୌଣସି ପରିସ୍ଥିତିର ମୁକାବିଲା କରିପାରିବ ବୋଲି ସେ ଏକ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିି । ସେ ଆହୁରି କହିଛନ୍ତି, [...]
ନୂଆଦିଲ୍ଲୀ: ଚୀନ୍ ସୀମାରେ ପରିସ୍ଥିତି ସ୍ଥିର କିନ୍ତୁ ସମ୍ବେଦନଶୀଳ ରହିଛି ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ। ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମ ପ୍ରସ୍ତୁତି ଉଚ୍ଚ ସ୍ତରର ରହିଛି | ଆମେ ସୀମାକୁ ଯଥେଷ୍ଟ ପରିମାଣରେ ସମ୍ବଳ ପଠାଇବା ଜାରି ରଖିଛୁ, ଯାହା ଫଳରେ ଆମ ସେନା ପୂର୍ବ ଲଦାଖରେ ଯେକୌଣସି ପରିସ୍ଥିତିର ମୁକାବିଲା କରିପାରିବ ବୋଲି ସେ ଏକ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିି ।
ସେ ଆହୁରି କହିଛନ୍ତି, ଚୀନ୍ ସେନା ପକ୍ଷରୁ ଆମ ଦେଶର ସୀମାରେ ଅନୁପ୍ରବେଶ ଉଦ୍ୟମ ହୋଇଥିଲେ ମଧ୍ୟ ଆମ ତରଫରୁ ଅସ୍ତ୍ର ବିରତି ଜାରି ରହିଛି । ଏହାଛଡ଼ା ଆମ ସୈନ୍ୟବାହିନୀ ଏଲ୍ଓସି ଉପରେ ଅନୁପ୍ରବେଶ ପ୍ରୟାସକୁ ଭଣ୍ଡୁର କରିଛନ୍ତି | ଜାମ୍ମୁ କାଶ୍ମୀରରେ ହିଂସା ଘଟଣାରେ ହ୍ରାସ ଘଟିଛି। ତେବେ ରାଜୌରୀ-ପୁଞ୍ଛ ସେକ୍ଟରରେ ହିଂସା ବୃଦ୍ଧି ପାଇଛି।
ଏହି ବର୍ଷ ଆମ ସେନାର ଆଧୁନିକୀକରଣ ଏବଂ ଟେକ୍ନୋଲୋଜିର ସର୍ବାଧିକ ବ୍ୟବହାର ଉପରେ ଧ୍ୟାନ ଦିଆଯିବ ବୋଲି ସେ କହିଛନ୍ତିି ।
୨୦୨୦ ଜୁନରେ ଗଲୱାନ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଘଟିଥିଲା ରକ୍ତାକ୍ତ ସଂଘର୍ଷ । ଏହା ପରେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ପୁଣି ଚିନୀ ଓ ଭାରତୀୟ ସୈନିକ ମୁହାଁମୁହିଁ ହୋଇଥିଲେ ।
ଏପରି ଘଟଣା ଯୋଗୁଁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ତଥାପି ଚୀନ୍ ନିଜ ବିସ୍ତାରବାଦୀ ନୀତି ଛାଡ଼ୁ ନାହିଁ। ଚୀନ୍ର ପ୍ରତିଟି ଷଡ଼ଯନ୍ତ୍ରର ଜବାବ ଦେବାକୁ ଭାରତୀୟ ସେନା ପ୍ରସ୍ତୁତ।
Naveen Unveils Logo of First World Odia Language Conference
Next Articleଦିଲ୍ଲୀ ସହ ଉତ୍ତର ଭାରତରେ ଭୂକମ୍ପ ଝଟକା
Related Articles
ପରିଚାଳନା କର୍ତ୍ତୃପକ୍ଷ ଓ ୟୁନିଅନ ମଧ୍ୟରେ ଆଲୋଚନା ବିଫଳ: ମୁଖ୍ୟ କାର୍ଯ୍ୟାଳୟ, ଆଞ୍ଚଳିକ କାର୍ଯ୍ୟାଳୟ ଓ ସମସ୍ତ ବ୍ଲକ ମୁଖ୍ୟାଳୟରେ ଘେରାଉ ଓ ବିକ୍ଷୋଭ
ବ୍ରହ୍ମପୁର: ଆସୋସିଏସନ୍ ଅଫ୍ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଅଫିସର୍ସ ଏବଂ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଏମ୍ପ୍ଲୟୀଜ୍ ଆସୋସିଏସନ୍ ର ମିଳିତ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସମଗ୍ର ଓଡ଼ିଶାରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ, ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ସମସ୍ତ ବ୍ଲକ ମୁଖ୍ୟାଳୟ ଶାଖା ସମ୍ମୁଖରେ ଅଧିକାରୀ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଗତ ୨୯ ଜୁଲାଇରେ ବ୍ୟାଙ୍କ ପରିଚାଳନା କର୍ତ୍ତୃପକ୍ଷ ଓ ପ୍ରତିନିଧି ୟୁନିଅନମାନଙ୍କ ମଧ୍ୟରେ ୨୦ ଦଫା ଦାବିପତ୍ର [...]
ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ପକ୍ଷରୁ ରକ୍ତଦାନ ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ
ବ୍ରହ୍ମପୁର: ଓଡ଼ିଶା ଗ୍ରାମୀଣ ବ୍ୟାଙ୍କର ପ୍ରତିଷ୍ଠା ଦିବସ ଅବସରରେ ବ୍ରହ୍ମପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ବ୍ରହ୍ମପୁର ମ୍ୟୁନିସିପାଲିଟି ଶାଖା ପରିସରରେ ଏକ ବିଶାଳ ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରୁ ମୋଟ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପ୍ରାୟ ୬୦ ଜଣ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆଞ୍ଚଳିକ ପ୍ରବନ୍ଧକ ଚନ୍ଦନ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା [...]
ନ୍ୟାୟ ସଂହିତା ପ୍ରଦର୍ଶନୀରେ ଓଡ଼ିଶା ପୋଲିସର ଐତିହାସିକ କପୋତ ସେବା ପ୍ରଦର୍ଶିତ
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ୟୁନିଟ୍–୩, IDCO ପ୍ରଦର୍ଶନୀ ପଡିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ରେ ଆଜି ବିଶ୍ୱର ଏକମାତ୍ର କାର୍ଯ୍ୟକ୍ଷମ ଓଡ଼ିଶା ପୋଲିସ କପୋତ ସେବାର ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଦୁଇଟି ଦଳରେ ୧୮ଟି ବେଲଜିୟମ ହୋମର ପାରାଙ୍କୁ ପଠାଯାଇଛି। ଏହି ପାରାମାନେ ନିଜ ଗୋଡ଼ରେ ବନ୍ଧାଯାଇଥିବା ଛୋଟ କ୍ୟାପସୁଲ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ନେଇ ଆକାଶ ମାର୍ଗରେ ଗତି କରି ପୁରାତନ ‘ପିଜନ ପୋଷ୍ଟ’ର ସ୍ମୃତି ଚାରଣ କରିଛନ୍ତି। ଏହି ବେଲଜିୟମ [...]
