News Room Odisha
BREAKING
Odia

ବିଜେପିରେ ଯୋଗ ଦେଇପାରନ୍ତି ଅଶୋକ ଚହ୍ବାନ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ବାନ ଆଜି ବିଜେପିରେ ସାମିଲ ହୋଇ ପାରନ୍ତି। ସେ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। ମହାରାଷ୍ଟ୍ରର ବରିଷ୍ଠ ନେତା ବାବା ସିଦ୍ଦିକି ଏବଂ ମିଲିନ୍ଦ ଦେଓରା ଦଳ ଛାଡିବାର କିଛି ଦିନ ପରେ ଚହ୍ବାନଙ୍କ ଇସ୍ତଫା କଂଗ୍ରେସ ପାଇଁ ଏକ ବଡ଼ ଝଟକା ସଦୃଶ ହୋଇଛି । ଚହ୍ବାନଙ୍କ ଇସ୍ତଫା ପରେ କଂଗ୍ରେସରେ ହଲଚଲ ବଢ଼ି ଯାଇଛି। କଂଗ୍ରେସର ମହାରାଷ୍ଟ୍ର ରାଜ୍ୟ ପ୍ରଭାରୀ ରମେଶ ଚେନୀଥୈଲା ଦଳୀୟ ନେତାଙ୍କ ଆଜି [...]

Admin•February 13, 2024
Share Article:

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ବାନ ଆଜି ବିଜେପିରେ ସାମିଲ ହୋଇ ପାରନ୍ତି। ସେ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଥିଲେ। ମହାରାଷ୍ଟ୍ରର ବରିଷ୍ଠ ନେତା ବାବା ସିଦ୍ଦିକି ଏବଂ ମିଲିନ୍ଦ ଦେଓରା ଦଳ ଛାଡିବାର କିଛି ଦିନ ପରେ ଚହ୍ବାନଙ୍କ ଇସ୍ତଫା କଂଗ୍ରେସ ପାଇଁ ଏକ ବଡ଼ ଝଟକା ସଦୃଶ ହୋଇଛି । ଚହ୍ବାନଙ୍କ ଇସ୍ତଫା ପରେ କଂଗ୍ରେସରେ ହଲଚଲ ବଢ଼ି ଯାଇଛି। କଂଗ୍ରେସର ମହାରାଷ୍ଟ୍ର ରାଜ୍ୟ ପ୍ରଭାରୀ ରମେଶ ଚେନୀଥୈଲା ଦଳୀୟ ନେତାଙ୍କ ଆଜି ଏକ ବୈଠକ ଡାକିଛନ୍ତି।

ଆସନ୍ତା ରାଜ୍ୟସଭା ନିର୍ବାଚନରେ ୬୫ ବର୍ଷୀୟ ଅଶୋକ ଚହ୍ବାନ ବିଜେପିର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ବିଜେପି ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ‌।

ଚହ୍ବାନଙ୍କ ବିଜେପିରେ ମିଶିବା ଚର୍ଚ୍ଚା ମଧ୍ୟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଗଣମାଧ୍ୟମକୁ କହିଛନ୍ତି, କ’ଣ ହେଉଛି ଦେଖାଯାଉ। ଅମରାବତୀରୁ ସ୍ବାଧୀନ ବିଧାୟକ ରବି ରାଣା ଦାବି କରିଛନ୍ତି ଯେ ୧୦ ରୁ ୧୫ ଜଣ ବିଧାୟକ ଅଶୋକ ଚହ୍ବାନଙ୍କ ସହ ଯୋଗାଯୋଗରେ ଅଛନ୍ତି।

କଂଗ୍ରେସ ଛାଡ଼ିବା କାରଣ ସମ୍ପର୍କରେ ପଚରା ଯିବାରୁ ଚହ୍ବାନ କହିଥିଲେ ଯେ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ସେ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଘୋଷଣା କରିବେ।

#Odia#Odisha#News
Share Article:

Related Articles